Categories: ଖେଳ

କଳିଙ୍ଗରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): ପ୍ରଥମଥରପାଇଁ ଏଏଫ୍‌ସି କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ଏଫ୍‌ସି ସେପ୍ଟେମ୍ବର ୧୯ରେ କଳିଙ୍ଗ ଷ୍ଟାଡିୟମରୁ ଅଭିଯାନ ଆରମ୍ଭ କରିବ। ଏହାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମୋହନ ବାଗାନ ସୁପର ଜାଏଣ୍ଟ। ୨୦୨୨-୨୩ ସୁପର କପ୍‌ ବିଜୟୀ ହୋଇଥିବାରୁ ଓଡ଼ିଶା ଏଫ୍‌ସି ସିଧାସଳଖ ଗ୍ରୁପ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ପାଇଛି। ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟର ଅଫିସିଆଲ ଡ୍ର’ ଉଠାଣ କାର୍ଯ୍ୟକ୍ରମ ଶୁକ୍ରବାର କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଯାଇଛି। ସାଉଥ୍‌ ଜୋନ୍‌ର ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି ଭାରତର ଅନ୍ୟତମ କ୍ଲବ ମୋହନ ବାଗାନ ଜାଲଣ୍ଟ, ବାଂଲାଦେଶର ବସୁନ୍ଧରା କିଙ୍ଗ୍ସ ଏବଂ ମାଲଡିଭ୍ସର ମାଜିୟା ସ୍ପୋଟର୍‌ସ ଆଣ୍ଡ ରିକ୍ରିଏଶନ କ୍ଲବ ସହିତ ସ୍ଥାନ ପାଇଛି। ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଗୁଡ଼ିକ ହୋମ୍‌ ଆଣ୍ଡ ଆଓ୍ବେ ଭିତ୍ତିରେ ଅନୁଷ୍ଠିତ ହେବ। ଗ୍ରୁପ୍‌ର ବିଜେତା ଇଣ୍ଟର-ଜୋନ ପ୍ଲେ-ଅଫ୍‌ ସେମିଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିବ।
ଓଡ଼ିଶା ଏଫ୍‌ସି କାର୍ଯସୂଚୀ
ସେପ୍ଟେମ୍ବର ୧୯: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦
ଅକ୍ଟୋବର ୨: ବନାମ ବସୁନ୍ଧରା କିଙ୍ଗ୍ସ, ସ୍ଥାନ: ବସୁନ୍ଧରା କିଙ୍ଗ୍ସ ଆରେନା, ଢାକା, ସମୟ: ଅପରାହ୍ନ ୫ଟା ୩୦
ଅକ୍ଟୋବର ୨୪: ବନାମ ମାଜିୟା ସ୍ପୋଟର୍‌ସ ଆଣ୍ଡ ରିକ୍ରିଏଶନ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦
ନଭେମ୍ବର ୭: ବନାମ ମାଜିୟା ସ୍ପୋଟର୍‌ସ ଆଣ୍ଡ ରିକ୍ରିଏଶନ, ସ୍ଥାନ: ନ୍ୟାଶନାଲ ଫୁଟବଲ ଷ୍ଟାଡିୟମ, ମାଲେ, ସମୟ: ରାତି ୯ଟା ୩୦
ନଭେମ୍ବର ୨୭: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: ସଲ୍ଟ ଲେକ୍‌ ଷ୍ଟାଡିୟମ, କୋଲକାତା, ସମୟ: ସନ୍ଧ୍ୟା ୭ଟା ୩୦
ଡିମ୍ବେର ୧୧: ବନାମ ବସୁନ୍ଧରା କିଙ୍ଗ୍ସ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦।

Share