ଓଡ଼ିଶା ଅଗ୍ନିଶମ ସେବା ନିୟମାବଳୀ ୨୦୨୧ ସଂଶୋଧନ, ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀ ଦେବେ ଶାରୀରିକ ପରୀକ୍ଷା

ନୂଆଦିଲ୍ଲୀ,୩୦।୧୨: ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା ପାଇଁ ନିୟମାବଳୀ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିପତ୍ତିକାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ଜରୁରିକାଳୀନ ସେବା ଉତ୍ସର୍ଗୀକୃତ ଓ ତତ୍ପର ସେବା ପ୍ରଦାନ କରିଥାଏ । ଏହି ସେବା ପ୍ରଦାନ ନିମନ୍ତେ ସୁସ୍ଥତା ଥିବା ପ୍ରାର୍ଥୀମାନଙ୍କର ଆବଶ୍ୟକ ହୋଇଥାଏ ।

ତେବେ ନିକଟରେ ଆଗ୍ନିକ ଓ ଆଶ୍ଵିକ ଗାଡିଚାଳକ ଚୟନ ପାଇଁ ହେଉଥିବା ଲିଖିତ ପରୀକ୍ଷାରେ ଅଧିକ ନମ୍ବର ରଖୁଥିବା ପ୍ରାର୍ଥୀମାନେ ଶାରୀରିକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷାରେ ଯୋଗ୍ୟତା ହାସଲ କରି ପାରୁ ନ ଥିବାର ଦେଖିବାକୁ ମିଳିଥିଲା। ଫଳରେ, ବିଜ୍ଞାପନ ଅନୁଯାୟୀ ଖାଲି ପଦବୀଗୁଡିକ ପୂରଣ ହୋଇପାରିନାହିଁ।

ତେଣୁ ବିଜ୍ଞାପନରେ ଉଲ୍ଲେଖ ଥିବା ଖାଲି ପଦବୀଗୁଡିକୁ ପୂରଣ କରିବା ପାଇଁ ଓଡିଶା ଅଗ୍ନିଶମ ସେବା (“ଗ” ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରୀ ସର୍ଭ) ନିୟମାବଳୀ, ୨୦୨୧ର ନିୟମ ୧୨ (୩)ରେ ଥିବା ନିୟମକୁ ସଂଶୋଧନ କରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବର୍ଗ ଭିଭିକ ସ୍ତରରେ ଖାଲି ଥିବା ପଦବୀ ସଂଖ୍ୟାର ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀଙ୍କୁ ଶାରିରୀକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷା ନିମନ୍ତେ ଡକାଯିବା ପାଇଁ ବିଚାର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୮ ମାସରେ ୨୬ ଛାତ୍ରୀଛାତ୍ର ମୃତ:ଅବ୍ୟବସ୍ଥା ଘେରରେ ଆଦିବାସୀ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର, (ଏଜେନ୍ସି)୧୦ା୩ :ରାଜ୍ୟରେ ଏସ୍‌ସି, ଏସ୍‌ଟି ବିଭାଗ ଦ୍ୱାରା ପରିଚାଳିତ ମୋଟ ୧୭୪୬ ଆଦିବାସୀ ଆବାସିକ ବିଦ୍ୟାଳୟ ରହିଛି। ଉକ୍ତ ସ୍କୁଲଗୁଡ଼ିକରେ ପ୍ରାୟ ୫.୭ ଲକ୍ଷ...

୫ ଦିନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୧୦ା୩(ଅନୁରାଧା ମହାରଣା):ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲାରେ ରବିବାର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ ଉପରେ ଥିବା ରେକର୍ଡ କରାଯାଇଛି। ତେବେ...

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍‌ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍‌ କରିବାକୁ...

କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ଗାଁରେ ଶେଷକୃତ୍ୟ ସମ୍ପନ୍ନ

ଜି.ଉଦୟଗିରି/ଦାରିଙ୍ଗିବାଡ଼ି,୯ା୩(ଚିନ୍ମୟ କୁମାର ସେଠୀ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ତେରେବାଡ଼ି ଗ୍ରାମର ଖ୍ରୀଷ୍ଟ ସମ୍ପ୍ରଦାୟର ମଡେରେଟର ବିଜୟ ନାୟକଙ୍କ ଏକମାତ୍ର ପୁଅ ବିଭାଷ ନାୟକ(୩୦)ଙ୍କୁ...

ଚୋରାକାଠ କାରଖାନା ଠାବ: ଆସବାବପତ୍ର ଜବତ, ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ବଲାଣିଠାରେ ୨୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଚାଲିଥିବା ଏକ ବେଆଇନ କାଠ କାରଖାନାକୁ ବନ ବିଭାଗ...

‘ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ଦିନେ ସଫଳ କରାଇବ’- ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ...

ପୁରୀ ରଥଯାତ୍ରାକୁ ମିଳିବ UNESCO ମାନ୍ୟତା: ଶ୍ରୀମନ୍ଦିର ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୯।୩: ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ବାର୍ଷିକ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ବାର୍ଷିକ...

ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର…

ଭୁବନେଶ୍ୱର,୯ା୩: କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଛନ୍ତି। ତାରା କହିଛନ୍ତି, ଓଡ଼ିଶାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image