Categories: ରାଜ୍ୟ

ରାସନ ଦୁର୍ନୀତିକୁ ନେଇ ମନ୍ତ୍ରୀଙ୍କ ଚରମ ବାଣୀ, ଓଜନ କମିଲେ ହେବ ଜେଲ୍‌

ଭୁବନେଶ଼୍ବର, ୧୩।୦୭: ରାଜ୍ୟରେ ହେଉଥିବା ରାସନ ଦୁର୍ନୀତିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି । ରାସନ କାର୍ଡଧାରୀଙ୍କୁ ଖରାପ ବ୍ୟବହାର କଲେ ସଂପୃକ୍ତ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଖାଦ୍ୟ ସାମଗ୍ରୀର ପରିମାଣ କମିଲେ ଡିଲରଙ୍କୁ ଜେଲ୍‌ ହେବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାସନ ଦୁର୍ନୀତି ନେଇ ଯେଉଁ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅୟସ୍‌ ଛାଡ଼ି କାର୍ଯ୍ୟ କରିବାକୁ ମନ୍ତ୍ରୀ ତାଗିଦ୍‌ କରିଛନ୍ତି । ୨୪ ବର୍ଷ ହେଲାଣି ଡିଲରମାନେ ଅୟସ କରୁଛନ୍ତି । ପୁରୁଣା ଡିଲରଙ୍କୁ ବାହାର କରାଯାଇ ନୂଆ ଡିଲର ଦିଆଯିବ ବୋଲି ସେ କହିଛନ୍ତି ।

Share