ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାଛଡ଼ା ତାଙ୍କୁ ସାଧାରଣ ପ୍ରଶାସନିକ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ମିଳିଛି।

ଆହୁଜା ହରିୟାଣାର ମୂଳ ବାସିନ୍ଦା। ୨୦୧୭ରୁ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ଏବେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ତାଙ୍କୁ ମୂଳ କ୍ୟାଡର୍‌ ଓଡ଼ିଶାକୁ ପଠାଇ ଦିଆଯାଇଛି। ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ୍‌ ଅଫିସର ରାଜ୍ୟର ମୁଖ୍ୟ ସଚିବ ହେବାକୁ ଯାଉଛନ୍ତି।

ଆହୁଜା ପୂର୍ବରୁ କେନ୍ଦ୍ରର କୃଷି ସଚିବ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ସେ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ(ଏଲବିଏସ୍‌ଏନ୍‌ଏଏ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ସେ ତୁଲାଇଛନ୍ତି।

ଓଡ଼ିଶା ସରକାରରେ ଆହୁଜା ଇସ୍ପାତ ଓ ଖଣି ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କୁ କେନ୍ଦ୍ର ଡେପୁଟେଶନରୁ ଫେରାଇ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବା ପଛରେ ଅନେକ କାରଣ ରହିଛି। କାରଣ ନୂଆ ଭାଜପା ସରକାରରେ ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ବିଭାଗକୁ ସମ୍ଭାଳିବାର ଅନୁଭବ ନାହିଁ।

କେବଳ ଏତିକି ନୁହେଁ ଆହୁଜାଙ୍କ ଭୂମିକା ଭାଜପାର ନିର୍ବାଚନୀ ପ୍ରତିଶ୍ରୁତିର ସଫଳ ରୂପାୟନ ମାମଲାରେ ମହତ୍ୱପୂର୍ଣ୍ଣ ରହିବ। ମୋହନ ମାଝି ସରକାରରେ ବିଭିନ୍ନ ବିଭାଗରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏବଂ ଜିଲାପାଳଙ୍କ ନିଯୁକ୍ତିରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇବେ। ମୁଖ୍ୟମନ୍ତ୍ରୀ ଏବେ ଯାଏ ନିଜ ଟିମ୍‌ ଚୟନ କରିନାହାନ୍ତି, ଏଣୁ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ସାମିଲ ହେବା ପରେ ନିଯୁକ୍ତି ବଢ଼ିବାର ଆଶା ରହିଛି।

ନୂଆ ସରକାର ଏଯାବତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ଆରମ୍ଭ କରିନାହାନ୍ତି। ଏବେ ଯାଏ ବିଜେଡି ସରକାରରେ ଚାଲୁଥିବା ସମସ୍ତ ଯୋଜନା ଜାରି ରହିବ ନା ବନ୍ଦ କରାଯିବ ସେନେଇ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ। ଏଣୁ ଏ ସମସ୍ତ ମାମଲାରେ ଆହୁଜାଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ଭାଜପାର କେନ୍ଦ୍ରୀୟ ନେତୃତ୍ୱର ପରାମର୍ଶକ୍ରମେ ଓଡ଼ିଶା ସରକାର ଆହୁଜାଙ୍କ ନିଯୁକ୍ତି ଲାଗି କେନ୍ଦ୍ରକୁ ଚିଠି ଲେଖିଥିବା ରିପୋର୍ଟରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

କେବେଠୁ ଲାଗୁ ହେବ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଜାଣନ୍ତୁ କ’ଣ କହିଲେ ମନମୋହନ

ଭୁବନେଶ୍ୱର,୧।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଛି। ଏବେ ଭାଜପାଏହାର ଜବାବ ରଖିଛି । ଦଳର...

କଟାମୁଣ୍ଡ ଧରି ଗାଁ ବୁଲିଲା ଅଭିଯୁକ୍ତ ନାତି

ଟେନସା,୧।୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ...

ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧।୭: ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟସ୍ତରୀୟ ସହ ଜିଲାସ୍ତରରେ ମଧ୍ୟ ଶୁଣାଣି କରାଯାଉଛି। ଲୋକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri