ଭୁବନେଶ୍ୱର,୨୨ା୯: ଶୁକ୍ରବାର ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ପ୍ରଥମ ମହିଳା ବାଚସ୍ପତି ମିଳିଛି।
ଅନ୍ୟପକ୍ଷରେ ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତର ଦଳର ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରମିଳା ଗୃହର ପଦପର୍ଯ୍ୟାଦା ରକ୍ଷା କରିବାରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଗୃହ ସୁପରିଚାଳନାରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ କହିଛନ୍ତି।