ଋତୁସ୍ରାବ ସମୟରେ ସବୈତନିକ ଛୁଟି ପାଇଁ ଜାତିସଂଘରେ ସ୍ବର ଉଠାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର, ୧୨।୫(ଅସମାପିକା ସାହୁ)ଋତୁସ୍ରାବ ସମୟରେ ସବୈତନିକ ଛୁଟି ପାଇଁ ଜାତିସଂଘରେ ଓଡ଼ିଆ ଝିଅ ସ୍ବର ଉଠାଇଛନ୍ତି। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ (ସିଭିଲ ସୋସାଇଟି) ସମ୍ମିଳନୀରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍‌ ପିରିଅଡ୍‌ ଲିଭ୍‌’ ନେଇ ଉଠାଇଥିବା ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ବିଶ୍ୱର ଅନେକ କୋଟି ମହିଳା କର୍ମକ୍ଷେତ୍ରରେ ଋତୁସ୍ରାବ ସମୟରେ ପାଉଥିବା ଶାରୀରିକ ପୀଡ଼ା ଓ ଏନେଇ ମହିଳାଙ୍କ ସ୍ବରକୁ ରଞ୍ଜିତା ଉପସ୍ଥାପିତ କରିଥିଲେ। ‘ପେଡ୍‌ ପିରିଅଡ୍‌ ଲିଭ୍‌’କୁ ବିଭିନ୍ନ ଦେଶ ସ୍ବୀକାର କରନ୍ତୁ। ଏଥିପାଇଁ ସମସ୍ତେ ଗୁରୁତ୍ୱ ଦେବାକୁ ଜାତିସଂଘକୁ ସେ ନିବେଦନ କରିଥିଲେ।

Share