Categories: ଖେଳ

ଓଡ଼ିଶା ବାଳିକା ଖୋ ଖୋ ଦଳକୁ ସ୍ବର୍ଣ୍ଣ, ବାଳକଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଖୋ ଖୋ ଇଭେଣ୍ଟରେ ଓଡ଼ିଶା ବାଳିକା ଦଳ ସ୍ବର୍ଣ୍ଣ ଏବଂ ବାଳକ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ ଫାଇନାଲରେ ମହାରାଷ୍ଟ୍ରକୁ ୩୨-୨୬ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ବାଳକ ଦଳ ବ୍ରୋଞ୍ଜ ପଦକ ମ୍ୟାଚରେ ପଶ୍ଚିମବଙ୍ଗକୁ ୧୪-୧୨ରେ ପରାସ୍ତ କରିଛି। ପ୍ରଥମଥର ପାଇଁ ୟୁଥ୍‌ ଗେମ୍ସରେ ସାମିଲ ହୋଇଥିବା କାୟାକିଂ ଓ କାନୋଇଂ ଇଭେଣ୍ଟରେ ମଧ୍ୟ ଓଡ଼ିଶା ପ୍ରଭାବୀ ପ୍ରଦର୍ଶନ କରି ୧୧ଟି ପଦକ ହାସଲ କରିଥିଲା। ”ଖୋ ଖୋରେ ଆମ ପିଲାମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଖେଳାଳିଙ୍କ ସହ କୋଚ୍‌ଙ୍କୁ ମଧ୍ୟ ଶ୍ରେୟ ଦେବାକୁ ପଡ଼ିବ। ଉତ୍ତମ କୋଚ୍‌ ଥିବାରୁ ରାଜ୍ୟ ଦଳ ପଦକ ଜିତିବା ସମ୍ଭବ ହୋଇପାରୁଛି“ ବୋଲି ଓଡ଼ିଶା ଖୋ ଖୋ ଦଳର ମ୍ୟାନେଜର ଶାନ୍ତିଲତା ପ୍ରଧାନ ପ୍ରକାଶ କରିଛନ୍ତି।

Share