ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ବାପାଙ୍କ ଠାରୁ ପୁଅ ଭିନ୍ନେ ଥିଲେ…

ଭୁବନେଶ୍ୱର,୨୬।୧୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଖବର । ବାପାଙ୍କ ଠାରୁ ପୁଅ ଅଲଗା ରହିଲେ ଆଉ କେତେ ରୋଜଗାର ଥିଲେ ପିଏମ ଆବାସ ମିଳିପାରିବ ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଅନୁସାରେ, ବାପାଙ୍କ ଠାରୁ ପୁଅ ଅଲଗା ହୋଇ ରହୁଥିଲେ ପୁଅଙ୍କୁ ପକ୍କା ଘର ମିଳିବ।

ଏଣିକି ବାପାଙ୍କ ଠାରୁ ଅଲଗା ହୋଇଥିବା ପୁଅଙ୍କୁ ବି ମିଳିବ ପିଏମ ଆବାସ ଘର । ଏ ନେଇ ଘୋଷଣା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି। ଏହି ପ୍ରକ୍ରିୟା ପାଇଁ କିଛି ମାସ ସମୟ ଲାଗିପାରେ ।

ସେହିପରି ଏହି ଯୋଜନାରେ ଯୋଗ୍ୟ ହିତାଧୀକାରୀ ହେବେ ସାମିଲ ଆଉ ଅଯୋଗ୍ୟ ବାଦ ପଡ଼ିବେ। ଯେଉଁ ମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ। ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ଜରୁରୀ। ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ। ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ରହିବ। ଆଧାର ସଂଯୋଗ କରାଯିବ। ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ।

ଏଥିସହ ଦିବ୍ୟାଙ୍ଗ ଓ ସ୍ବାମୀଙ୍କୁ ହରାଇଥିବା ମହିଳାଙ୍କୁ ବି ଘର ଦିଆଯିବ। ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ଗାଁ ଭଳି କ୍ଲଷ୍ଟର କରାଯାଇ ଘର ଦିଆଯିବ। ସେମାନଙ୍କୁ ରାସ୍ତା, ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାଜନକ ସ୍ଥିତିରେ ହାତୀ-ମଣିଷ କଳି; ୩ ବର୍ଷରେ ଜୀବନ ହରାଇଛନ୍ତି ୬୬୮ ଲୋକ

ଭୁବନେଶ୍ୱର,୨୬।୧୧: ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ଲୋକମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଫଳରେ ହାତୀ ଆକ୍ରମଣରେ ଜନଜୀବନ କ୍ଷୟକ୍ଷତି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି।...

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ଗତ ପାଞ୍ଚ ବର୍ଷରେ ନେଲେଣି ୨୨ ଜୀବନ

ଭୁବନେଶ୍ୱର,୨୬।୧୧: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାମାନଙ୍କରେ କୁମ୍ଭୀର ଆକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିରେ ବିନା କାରଣରେ ସାଧାରଣ ଲୋକେ ଜୀବନ ହାଉଥିବା...

ପୁଣି ଆସୁଛି ବଡ଼ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ପ୍ରବଳ ବର୍ଷା!

ଭୁବନେଶ୍ୱର,୨୬।୧୧: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ...

ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ, ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର,୨୬।୧୧: ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ। ମଙ୍ଗଳବାର ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି। ରତ୍ନଭଣ୍ଡାର ପାଇଁ ୫...

ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ…

ଭୁବନେଶ୍ୱର,୨୬।୧୧: ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା...

ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର: ନିର୍ଦ୍ଦେଶାଳୟଙ୍କ ଚିଠିରେ ….

ଭୁବନେଶ୍ୱର,୨୬।୧୧: ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର। ସଜା ଭୋଗୁଥିବା ୧୪ କଏଦୀଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଜାରି...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ସୁଭଦ୍ରା ଆବେଦନ, ଆସିଲା ଶେଷ …

ଭୁବନେଶ୍ୱର,୨୬।୧୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି...

ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ: ପୁଣି ୪ଟା  ପର୍ଯ୍ୟନ୍ତ ଗୃହମୁଲତବୀ 

ଭୁବନେଶ୍ୱର,୨୬।୧୧: ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ମଧ୍ୟ  ହଙ୍ଗାମା ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରସଙ୍ଗ ନେଇ ବିଜେଡି-ଭାଜପା ବିଧାୟକ ମୁହାଁମୁହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri