Categories: ରାଜ୍ୟ

ଓଡିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ବୃଦ୍ଧି କରାଯିବ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୧୨।୧୧: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଲୋକମାନଙ୍କ ପାଇଁ ଅଧିକ ସୁବିଧାଜନକ କରିବା ଲାଗି ସବୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ସଂପ୍ରତି ରାଜ୍ୟରେ ପ୍ରାୟ ୨୮ହଜାର ବେଡ୍‍ ରହିଥିବାବେଳେ ଏହି ସଂଖ୍ୟା ୫୦ହଜାରକୁ ଛୁଇଁବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ରାଜ୍ୟ ସରକାର ଆମ ହସ୍ପିଟାଲ ରୂପାନ୍ତରଣ ପରେ ଏବେ ନୂଆ ହସ୍ପିଟାଲ ଖୋଲିବା ସହିତ ବେଡ୍‍
ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଅଧୀନରେ ୧୧ଟି ମେଡ଼ିକାଲ କଲେଜ କାର୍ଯ୍ୟ କରୁଥିବାବେଳେ ଆଉ ୩ଟି ଖୋଲାଯିବ ।

ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୩୦୦ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ୩୦ଟି ଲେଖାଏଁ ଶଯ୍ୟା ସଂରକ୍ଷିତ ରଖିବାକୁ ପ୍ରସ୍ତୁତି କରାଯାଉଛି । ସେହିପରି ରାଜ୍ୟରେ ୧୨ଶହ ୩୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏହାକୁ ଅପ୍‍ଗ୍ରେଡ୍‍ କରାଯାଇ ଏଥିରେ ଆଉ ୩୦୬ଟି ସ୍ୱାସ୍ଥ୍ୟକେନ୍ଦ୍ର ଯୋଡ଼ିହେବ ।

Share