Categories: ରାଜ୍ୟ

ଯୁବଗୋଷ୍ଠୀଙ୍କୁ ଦକ୍ଷ ଓ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ନୂତନ ଉନ୍ନତ ଅଭିଳାଷ– ନୂଆ ଓଡ଼ିଶା ଯୋଜନା’

ଭୁବନେଶ୍ୱର,୨୫।୧୦: ନୂତନ ବୈଷୟିକ କ୍ଷେତ୍ରରେ ରାଜ୍ୟର ଯୁବଗୋଷ୍ଠୀଙ୍କୁ ଦକ୍ଷ ଏବଂ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ସରକାର ‘ନୂତନ ଉନ୍ନତ ଅଭିଳାଷ– ନୂଆ ଓଡ଼ିଶା ଯୋଜନା’ ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ପ୍ରଗତି କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମସ୍ତ ୩୦ଟିଯାକ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ। ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ଯୋଜନା ବାବଦରେ ୩୮୫ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରତି ବର୍ଷ ୧ ଲକ୍ଷ ଯୁବାଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ସ୍ୱାବଲମ୍ବୀ କରାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।

Share