
ଭୁବନେଶ୍ୱର,୩୧।୧: ଗୁରୁବାର ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପଦକ୍ଷେପ ଅଧୀନରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ମାର୍ଗଦର୍ଶିକା ଜିଲାପାଳ ଏବଂ ବିଡ଼ିଓଙ୍କ ପାଖକୁ ପଠାଯାଇଛି। ଏଥିରେ କୁହାଯାଇଛି ଫେବୃଆରୀ ୧୫ସୁଦ୍ଧା ପ୍ରତି ଗାଁ ନିଜ ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବେ। ଏହି ଯୋଜନା ଅଧିନରେ ପ୍ରତି ବ୍ଲକରେ ରିଡିଂ ରୁମ ରହିବ। ଏଠାରେ ବହି ପଢା ସାଙ୍ଗକୁ ଇଣ୍ଟରନେଟ ସୁବିଧା ରହିବ। ସ୍ବଳ୍ପ ଦେୟ ଦେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରୀଛାତ୍ର ପଢିପାରିବେ। ସେହିପରି ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ,ପୋଖରୀ, ନଦୀ, ଗାଧୁଆ ତୁଠ ପାଇଁ ଟଙ୍କା ମିଳିବ। ଭୋଗମଣ୍ଡପ, ଭାଗବତ ଟୁଙ୍ଗି ସହ ସବୁ ଧର୍ମର ଧାର୍ମିକ ପୀଠ ଉପାସନା ବିକାଶ ପାଇଁ ଟଙ୍କା ଖର୍ଚ୍ଚ ହେବ।
ତେବେ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିବା ପରେ ରାଜନୀତି ସରଗରମ ରହିଛି। ସରକାରରେ ପରିବର୍ତ୍ତନ ପରେ ପୂର୍ବ ସରକାରଙ୍କ ଯୋଜନାର ନାଁ ପରିବର୍ତ୍ତନ କରି ଏହି ନିର୍ଦ୍ଦେଶାବଳୀ ଜାରି କରିଥିବା ଅଭିଯୋଗ ହୋଇଛି।