Categories: ରାଜ୍ୟ

ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା, ପ୍ରତି ଘରୁ ବାହାରିବେ ଯୋଦ୍ଧା

ଭୁବନେଶ୍ୱର,୨୯ା୧୦: ବିପର୍ଯ୍ୟ ମୁକାବିଲାରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବେଳେ ବର୍ତ୍ତମାନ ଆଉ ଏ ଦିଗରେ ଆଉ ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ରବିବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ପଦକ୍ଷେପ ସ୍ୱରୂପ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଯୋଜନା ପାଇଁ ଓଡିଶା ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରି ‘ପ୍ରତି ଘରୁ ବିପର୍ଯ୍ୟୟ ମୁକାବିଲା ପାଇଁ ଯୋଦ୍ଧା ପ୍ରସ୍ତୁତ କରିବେ। ରାଜ୍ୟର ‘ସବୁ ଗାଁରୁ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ’। ଏହା ବ୍ୟତୀତ ‘ସରକାରୀ ଅଧିକାରୀ ମଧ୍ୟ ବିପର୍ଯ୍ୟୟ ମୁକାବିଲା ତାଲିମ୍ ନେବେ’। ସେହିପରି ‘ସବୁ ପଞ୍ଚାୟତରେ ଅଟୋମେଟେଡ୍ ୱେଦର ଓ ରେନ୍ ଗଜ୍ ଷ୍ଟେସନ’ ଲଗାଯିବ, ଯେଉଁଥିରେ ‘୩ ହଜାର ପଞ୍ଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଦେବ’। ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟ ସଚିବଙ୍କ ସୂଚନା

Share