Categories: ରାଜ୍ୟ

ସରକାରଙ୍କ ବଡ଼ ନିଷ୍ପତ୍ତି; ସରଳ ହେବ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀମାନଙ୍କର ପେନସନ୍ ପ୍ରାପ୍ତି

ଭୁବନେଶ୍ୱର,୧୩ା୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍ ପ୍ରାପ୍ତି ଅଧିକ ସୂଚାରୁ ଭାବରେ କରାଯିବ। ଏଥିପାଇଁ ପେନସନ ପ୍ରଦାନ କାର୍ଯ୍ୟରେ ଜଡିତ ସମସ୍ତ ବିଭାଗର ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ।

ନଭେମ୍ବର ୧୮ ତାରିଖରେ ଅନୁଗୁଳ ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବରେ ଏହିଭଳି ଏକ ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ପେନସନ ମଞ୍ଜୁର କରୁଥିବା ଅଧିକାରୀ, ଚାକିରିରୁ ଅବସର ନେଇଥିବା ଏବଂ ପେନସନ ପାଇବା ପାଇଁ ଅପେକ୍ଷା କରୁଥିବା କର୍ମଚାରୀଙ୍କର ପେନସନ୍ ସମ୍ବନ୍ଧିତ କାଗଜପତ୍ର ସହିତ ଉପସ୍ଥିତ ରହିବ। ଅନୁରୂପ ଭାବରେ ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କରେ ପର୍ଯ୍ୟାୟ କ୍ରମେ ପେନସନ୍ ଅଦାଲତ ଅନୁଷ୍ଠିତ ହେବ।

Share