ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା: ଏଫ୍‌ବିଆଇର ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୫: ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

ସରକାର ଏକ ବିବୃତ୍ତିରେ କହିଛନ୍ତି, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସ୍‌ଆଇ) ଗୋପାଳ କୃଷ୍ଣ ଦାସ ଯାଞ୍ଚକାରୀଙ୍କୁ କହିଛନ୍ତି ଯେ, ତାଙ୍କର ମାନସିକ ରୋଗ ଅଛି ଏବଂ ଏଥିପାଇଁ ଔଷଧ ସେବନ କରୁଛନ୍ତି। ଗୋପାଳ କୃଷ୍ଣ ଜାନୁୟାରୀରେ ଏକ ସାଧାରଣ କାର୍ଯ୍ୟକ୍ରମରେ ନବଦାସଙ୍କୁ ଗୁଳିକରି ହତ୍ୟା କରିଥିଲେ। ବିବୃତ୍ତି ଅନୁଯାୟୀ, ଯଦିଓ ଡାକ୍ତରୀ ବିଶେଷଜ୍ଞମାନେ ଦାସଙ୍କୁ ମାନସିକ ସ୍ତରରେ ସୁସ୍ଥ ଥିବା ଜାଣିବାକୁ ପାଇଛନ୍ତି, ତଥାପି ସେମାନେ ଅଧିକ ତଦନ୍ତ ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଦୁର୍ଲଭ ମାମଲା, ତେଣୁ ଅନୁସନ୍ଧାନରେ ସହାୟତା କରିବାକୁ ସର୍ବୋତ୍ତମ ଟେକ୍ନୋଲୋଜି ଏବଂ ବିଶେଷଜ୍ଞଙ୍କ ସହାୟତା ନେବାକୁ ନିଷ୍ପତ୍ତି ନିଆଯାଇଛି।

Share