Posted inରାଜ୍ୟ

ଏଥର ସରୋଗେସି ମାତୃତ୍ୱ କ୍ଷେତ୍ରରେ ମିଳିବ ଛୁଟି: ମହିଳା କର୍ମଚାରୀଙ୍କୁ ୧୮୦ଦିନ, ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର,୨୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର ମାତୃତ୍ୱ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯିବାର ସୁବିଧା ପ୍ରଦାନ କରାଯିବ। ଉଧାର ମାତୃତ୍ୱ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା। ଗୁରୁବାର ଗୃହ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ୍‌ ମାସରେ ଏହି ଛୁଟି ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପରେ ଉଧାର ମାତୃତ୍ୱ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ମିଳିଛି।

ତେବେ ଜଣେ ରାଜ୍ୟ ସରକାରୀ ମହିଳା କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମାତା’ ହୁଅନ୍ତି, ସେ ୧୮୦ ଦିନର ମାତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଅଧିଷ୍ଠାତା ମାତା ଅର୍ଥା କମିସନିଙ୍ଗ ମଦର ମଧ୍ୟ ୧୮୦ ଦିନର ମାତୃତ୍ୱ ଛୁଟି ପାଇପାରିବେ। ଏଥିସହ ଜଣେ ରାଜ୍ୟ ସରକାରୀ ପୁରୁଷ କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ଅଧିଷ୍ଠାତା ପିତା’ ବା କମିସନିଙ୍ଗ ଫାଦର ହୁଅନ୍ତି, ସେ ସନ୍ତାନ ଜନ୍ମ ତାରିଖରୁ ୬ ମାସ ମଧ୍ୟରେ ୧୫ ଦିନର ପିତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ।

ତେବେ ଏହି ଛୁଟି ଲାଭ କରିବାକୁ ଉଧାର ମାତ୍‌ୃତ୍ୱ ଉପରେ ହୋଇଥିବା ରାଜିନାମା ସହିତ ପଞ୍ଜୀକୃ ଡାକ୍ତର, ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସମ୍ବନ୍ଧିତ ଦସ୍ତାବିଜ ଦେବାକୁ ପଡ଼ିବ। ଏହା ଗୁରୁବାରଠାରୁ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପତ୍ର ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ

ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି...

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ...

ଖଣି ମାଫିଆଙ୍କ ହାତବାରିସୀ ସାଜିଛି ପୋଲିସ: ଗୁମର ଫିଟାଇଲା ଏଡିଜିଙ୍କ ଚିଠି

କଟକ,୨୬ା୯: ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ...

ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ...

ପମି ଆଣିଲେ ଅଭିଯୋଗ: ଚୋରି କରି ନେଇଛନ୍ତି ମୋ ଗୀତ

ଭୁବନେଶ୍ୱର,୨୬ା୯: ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ କଣ୍ଠଶିଳ୍ପୀ ପମି ମିଶ୍ର। ତାଙ୍କର ୧୪ ବର୍ଷ ପୁରୁଣା ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା...

ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଚାଲିଗଲା ଯୁବତୀଙ୍କ ଜୀବନ

ଭବାନୀପାଟଣା,୨୬।୯(ଉତ୍ତମ ଦାଶ): କଳାହାଣ୍ଡି ଜିଲା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନ ପାରିବାରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri