ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ସରକାରୀ କ୍ୱାର୍ଟର ଦେଇଥିଲେ ଭଡ଼ା

ଭୁବନେଶ୍ୱର,୮।୧୦: ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଜଣେ ସରକାରୀ ଅଧିକାରୀ ହୋଇଥିବାବେଳେ ସରକାରୀ ନିୟମକୁ ଉଲଙ୍ଘନ କରିଥିଲେ। ସେ ୨୦୨୧ ମସିହା ଜୁନରୁ ମାର୍କେଟ୍‌ ବିଲ୍ଡିଂ ପଛପାର୍ଶ୍ୱରେ ଥିବା ସରକାରୀ କ୍ୱାର୍ଟର (ନଂ.ଆଇଭି-ଏ ୪୬/୧)କୁ ୩ ଜଣଙ୍କୁ ଭଡ଼ାରେ ଲଗାଇଥିଲେ। ଭଡ଼ା ବାବଦକୁ ସେମାନଙ୍କଠାରୁ ରମେଶ ପ୍ରତି ମାସ ୧୨ ହଜାର ଟଙ୍କା ଫୋନପେ ଜରିଆରେ ନେଉଥିଲେ।

ଭିଜିଲାନ୍ସ ଟିମ୍‌ ରମେଶଙ୍କୁ ତାଙ୍କ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ରମେଶ ୧୫ଦିନ ହେବ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ୪ବର୍ଷ ପରିବହନ ବିଭାଗରେ ଥିଲେ। ଏଥିସହ ପୂର୍ବରୁ ରମେଶ ଗୃହ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ ଆଦିରେ କାମ କରିଥିଲେ।

ମଙ୍ଗଳବାର ରମେଶ ଚନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଆଠଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ସର୍ଚ୍ଚ ବେଳେ ଏହା ଜଣାପଡିଛି ଯେ ସେ ଭୁବନେଶ୍ୱରର ମାର୍କେଟ ବିଲଡିଂ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ (IV A 46/1) କୁ ମାସିକ 12,000 ଟଙ୍କା ଭଡ଼ାରେ ଦେଇଛନ୍ତି।

ଭିଜିଲାନ୍ସର ସୁଚନା ଅନୁଯାୟୀ, ରମେଶଙ୍କ ଭୁବନେଶ୍ୱର ଗୋଠପାଟଣା ମୌଜାସ୍ଥିତ ପ୍ଲଟ୍‌ ନଂ. ୧୯୭୯/୩୯୭୧ରେ ୪ ହଜାର ୫୦୦ ବର୍ଗଫୁଟରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି। ସେହିପରି କଳିଙ୍ଗବିହାର ପ୍ଲଟ୍‌ ନଂ. କେ-୪ରେ ୨୧୦୦ ବର୍ଗଫୁଟରେ ଗୋଟିଏ ଦୁଇ ମହଲା କୋଠା ଓ ଖୋର୍ଦ୍ଧା ନିରାକାରପୁରରେ ଗୋଟିଏ କୋଠା ଠାବ ହୋଇଛି। ଏଥିସହ ୫ ବହୂମୂଲ୍ୟ ପ୍ଲଟ୍‌ ଠାବ ହୋଇଥିବାବେଳେ ତାହା ମଧ୍ୟରୁ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୪ ଓ ପୁରୀ ଜିଲା କଣାସରେ ଗୋଟିଏ ରହିଛି। ପ୍ଲଟ୍‌ ଓ କୋଠାର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ପ୍ରୟାସ ଜାରି ରଖିଛି। ସେହିପରି ୫.୫୦ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ୪ ଚକିଆ ଯାନ ଓ ୩ଟି ଦୁଇ ଚକିଆ ଯାନ ଏବଂ ୯ ଲକ୍ଷର ସୁନା, ଘରୋଇ ସାମଗ୍ରୀ, ନଗଦ ଟଙ୍କା ମଧ୍ୟ ଠାବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୮।୧୦: ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ଓଡିଶା ସରକାର। ମଙ୍ଗଳବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ବଢାଇବାକୁ ମୁଖ୍ୟମନ୍ତ୍ରୀ ମୋହନ...

କଣ୍ଟାବାଞ୍ଜିରେ ଭାଜପାକୁ ଝଟ୍‌କା, କୋର୍ଟ ଦେଇଦେଲେ ବଡ଼ ରାୟ

ବଲାଙ୍ଗୀର,୮।୧୦: କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ରୁଜୁ ନିର୍ବାଚନୀ ଅନିୟମିତତା ମାମଲାରେ ସେ ଉତ୍ତର ଦାଖଲର ଶେଷ ସୁଯୋଗ ହରାଇଛନ୍ତି। ତାଙ୍କ...

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ...

୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ୱର,୮।୧୦: ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ବଡ଼ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌। ୧୩ଟି ଥାନାରେ ସିସିଟିଭି ନ ଥିବା ଗଙ୍ଗୱାର୍‌...

ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା...

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର...

Subhadra Yojana: ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ? ଜାଣିନିଅନ୍ତୁ…

ଭୁବନେଶ୍ୱର,୮।୧୦: ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri