ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି ପୁଣି ବଢ଼ିଲା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି। ଆଉ ମାସେ ଅର୍ଥାତ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୧,୨,୩,୪ ଥିଲେ ଶେଷ ତାରିଖ ନଭେମ୍ବର ୩୦ ତାରିଖ ରହିବ। ସେହିଭଳି ୫,୬ ଥିଲେ ଡିସେମ୍ବର ୩୧ ଓ ୭,୮ ଥିଲେ ଜାନୁୟାରୀ ୩୧ ତାରିଖ, ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ ଫେବୃୟାରୀ ୨୮ ଶେଷ ତାରିଖ ରହିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ଅନ୍‌ଲାଇନରେ ଆବେଦନ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ସ୍ଲଟ୍‌ ବୁକିଂ ବେଳେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଶୁଣାଣି ହୋଇଥିଲା। ପରେ ରାଜ୍ୟ ସରକାର ନମ୍ବର ପ୍ଲେଟ ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ।

Share