ସମସ୍ତଙ୍କୁ ମାଗଣାରେ ମିଳିବ ଚକ୍ଷୁ ଚିକିତ୍ସା; ଆରମ୍ଭ ହେଲା “ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା”

ଭୁବନେଶ୍ୱର,୨୫।୭: ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ସାର୍ବଜନୀନ ବ୍ୟାପକ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ “ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା”ର ଶୁଭାରମ୍ଭ କରିଛନ୍ତି ମୋହନ ସରକାର। ଏହି ଯୋଜନା ଦ୍ୱାରା ମୋତିଆ ବିନ୍ଦୁ, ଗ୍ଲୁକୋମା ଓ କର୍ଣିଆର ଅସୁସ୍ଥତା କ୍ଷେତ୍ରରେ ଅସ୍ତ୍ରୋପଚାର ଓ ମାଗଣା ଚଷମା ବଣ୍ଟନପରି ଉପଯୁକ୍ତ ହସ୍ତକ୍ଷେପ ପାଇଁ ବିଭିନ୍ନ ବୟସ ବର୍ଗର ଚକ୍ଷୁ ପରୀକ୍ଷା କରା‌ଯିବ। ଏହି ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ କରାଯାଇଛି।

ସେହିଭଳି ସରକାରକୁ ଆସିବା ପୂର୍ବରୁ ନିର୍ବାଚନୀ ଘୋଷଣା ମୁତାବକ ଭାଜପା ସରକାର ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। ଓଡ଼ିଶାର ସ୍ୱାସ୍ଥ୍ୟସେବା ପୃଷ୍ଠା ଭୂମିରେ ଏକ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ସରକାର ବଜେଟରେ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବଜେଟରେ “ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’” ପାଇଁ ୫ ଶହ କୋଟି ଟଙ୍କା ଓ “ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

ସେହିଭଳି ଲୋକମାନଙ୍କୁ ସହଜରେ ମାଗଣା ଔଷଧ, ବ୍ୟାପକ ନିଦାନ ସେବା ଏବଂ ବିଶେଷଜ୍ଞ ଓ ସୁପର ସ୍ପେସାଲିଟି ସେବା ତଥା ବ୍ୟାପକ ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ମାନଦଣ୍ଡ ଅନୁଯାୟୀ, ଆମ ସରକାର ସମସ୍ତ ଉପସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ଆୟୁଷ୍ଠାନ ଆରୋଗ୍ୟ ମନ୍ଦିର ଭାବେ ସୁଦୃଢ କରିବାକୁ ପରିଯୋଜନା କରିଛନ୍ତି । ଏହି ଆୟୁଷ୍ଠାନ ଆରୋଗ୍ୟ ମନ୍ଦିର ଗୁଡିକୁ ଇ-ସଞ୍ଜିବନୀ ନେୱାର୍କ (Tele-Medicine) ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ AIIMS ସମେତ ଅନ୍ୟ ସୁପର ସ୍ପେସାଲିଟି ହସ୍ପିଟାଲର ବିଶେଷଜ୍ଞ ଏବଂ ସୁପର ସ୍ପେସାଲିଟି ଡାକ୍ତରମାନଙ୍କ ସହିତ ସଂଯୁକ୍ତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri