ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,ତା,୨୧,୮: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ସରକାର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ) ଦାୟିତ୍ୱ ମିଳିଛି। ସେହିପରି ଦେଓ ରଂଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏସିଏସ ଦାୟିତ୍ୱ ପାଇଛନ୍ତି। ଏଥିସହିତ ସେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସେହିପରି ହେମନ୍ତ ଶର୍ମାଙ୍କୁ ଶିଳ୍ପ ସହିତ ଶକ୍ତି ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି। ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ କରାଯାଇଛି। ବିଷ୍ଣୁପଦ ସେଠୀଙ୍କୁ ଏସସି ଏବଂ ଏସଟି କଲ୍ୟାଣ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ଉଷା ପାଢୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି।

ଶାଲିନି ପଣ୍ଡିତଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରଣାଳୟ, ମିଶନ ଶକ୍ତି ବିଭାଗ ଦାୟିତ୍ୱ ମିଳିଛି। ଅସ୍ଵଥି ଏସଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ରୂପା ରୋଶନ ସାହୁଙ୍କୁ ଆରଡିସି ବ୍ରହ୍ମପୁର, ସଚିନ ଆର ଯାଦବଙ୍କୁ ଆରଡିସି ସମ୍ବଲପୁର, ବଲୱନ୍ତ ସିଂହଙ୍କୁ ପର୍ଯ୍ୟଟନ, ଓଡ଼ିଶା ଖଣି ନିଗମର ଦାୟିତ୍ୱ ମିଳିଛି। ଅନନ୍ୟ ଦାସଙ୍କୁ ଓସେପା, ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

Share