Categories: ରାଜ୍ୟ

ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ପାଇଁ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର: କୃଷିମନ୍ତ୍ରୀ

ଭୁବନେଶ୍ୱର,୨୨ା୧୧: ଆଉ ରାଜ୍ୟରେ ଦେଖା ଦେବନି ଅଭାବୀ ଆଳୁ ସମସ୍ୟା। ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବାପାଇଁ ସରକାର ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ କହିଛନ୍ତି। ଏହି ଯୋଜନା ଅନୁଯାୟୀ ରାଜ୍ୟରେ ଆଳୁ ଚାଷ କରିବାପାଇଁ ହେକ୍ଟର ପିଛା ୫୮ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି।

ବିଧାୟକ ନବ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଓଡିଶାରେ ବାର୍ଷିକ ୧୩ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍‌‌ ଆଳୁ ଆବଶ୍ୟକ। ତେବେ ରାଜ୍ୟରେ ଚାହିଦାର ମାତ୍ର ୨୫ ପ୍ରତିଶତ ଆଳୁ ଉତ୍ପାଦିତ ହେଉଛି। ଖାଉଟିମାନଙ୍କର ଆବଶ୍ୟକତା ମେଣ୍ଟାଇବାପାଇଁ ସାଧାରଣତଃ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରାଯାଇଥାଏ। ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ହେକ୍ଟର ପିଛା ୫୮ହଜାର ଟଙ୍କାର ସହାୟତା ବ୍ୟତୀତ ଖରିଫ ଋତୁରେ କୋରାପୁଟ, କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ଆଳୁ ଚାଷକୁ ବ୍ୟାପକ କରିବାପାଇଁ ରାଜ୍ୟ ସରକାର ମଧ୍ୟ ସହାୟତା ଯୋଗାଇ ଦେଉଛନ୍ତି ବୋଲି ସ୍ୱାଇଁ କହିଛନ୍ତି।

Share