ଏ ବର୍ଷ ବି ବୋଲ୍‌ବମ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ବୋଲବମ୍‌ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ଧାର୍ମିକ ସ୍ଥଳରୁ କାଉଡ଼ିଆମାନେ ଜଳ ଉଠାଇପାରିବେ ନାହିଁ। ଏଥିସହ ସର୍ବସାଧାରଣ ରାସ୍ତାରେ ସେମାନେ ପାଣିଧର ଶିବ ମନ୍ଦିରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Share