ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୫।୭: ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଛନ୍ତି। ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଏବଂ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍‌ ନାୟକଙ୍କ ହଟାଯାଇଛି। ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡା ନିର୍ଦ୍ଦେଶକ ହୋଇଥିବା ବେଳେ ସଂଗ୍ରାମଜିତ୍‌ଙ୍କ ସ୍ଥାନରେ ଦେବାଶିଷ ସିଂ ପୌର ନିର୍ଦ୍ଦେଶକ ହୋଇଛନ୍ତି।

ଗୁରୁବାର ସିଏମଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ପଠାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ୪ ଅଫିସର ସିଏମଓରେ କାର୍ଯ୍ୟରତ ଥିଲେ। ସେମାନେ ହେଲେ ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ ଜିଏକୁ ଫେରିଛନ୍ତି। ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହି ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।