ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ

କଟକ ଅଫିସ,୧୦।୮: କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଏବଂ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏ ନେଇ ଦାୟର ମାମଲାର ଶୁଣାଣିକରି ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ା ଯାଇଛି। କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଖୋଲିବ କି ବନ୍ଦ ରହିବ, ରାଜ୍ୟ ସରକାର ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ହାଇକୋର୍ଟ କହିଛନ୍ତି। ଏ ନେଇ ଦାୟର ଦୁଇଟି ଜନସ୍ବାର୍ଥ ମାମଲାର ଏକକାଳୀନ ଶୁଣାଣି ହୋଇଥିଲା।

Share