ଟିକା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୯।୪(ବ୍ୟୁରୋ): ମହାମାରୀ କରୋନାକୁ ମୁକାବିଲା କରିବାକୁ ହେଲେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାଛଡ଼ା ହଠାତ ସଂକ୍ରମଣ ବଢ଼ିଥିବା ହେତୁ ଟିକାକରଣର ଗୁରୁତ୍ୱ ଅଧିକ ହୋଇଯାଇଛି। ଏଭଳି ସ୍ଥଳେ ଗୁରୁବାର ଟିକା ପାଇଁ ପୁଣି ଦୁଇ ଟିକା ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଆବଶ୍ୟକ ସେ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ତେବେ ମେ’ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ବେଳେ ଜୁନ୍‌, ଜୁଲାଇ, ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍‌ ଆବଶ୍ୟକ ବୋଲି ସେ ଲେଖିଛନ୍ତି। ମେ’ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ ଓ ବାକିଥିବା ୫.୩୪ ଲକ୍ଷ ଡୋଜ୍‌ ଜୁନ୍‌ ୧୫ ସୁଦ୍ଧା ଦେବାକୁ ସେ ଏସିଏସ୍‌ଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଘୋଷଣା କରାଯିବା ପରେ ରାଜ୍ୟ ସରକାର ଏହାକୁ ମାଗଣା କରିଥିଲେ। ଏଥିନେଇ ୨୮ ଏପ୍ରିଲରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଛି।

Share