Categories: ଖେଳ

ଓଡ଼ିଶାର ୫ ଖେଳାଳି ସାମିଲ

ବେଙ୍ଗାଲୁରୁ, ୧।୨: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଜୁନିୟର ମହିଳା ହକି ଦଳ ଘୋଷିତ ହୋଇଛି। ପ୍ରୀତି ଏବଂ ଋତଜା ଦାଦାସୋ ପିସାଲ ଯଥାକ୍ରମେ ଦଳର ଅଧିନାୟିକା ଓ ଉପ-ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳରେ ଓଡ଼ିଶାର ୫ ଖେଳାଳିଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ମାଧୁରୀ କିଣ୍ଡୋ, ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ସୁନେଲିତା ଟପ୍ପୋ। ଏହା ବ୍ୟତୀତ ରିଜର୍ଭ ଖେଳାଳି ତାଲିକାରେ ଅଞ୍ଜଳି ବାରଓ୍ବାଙ୍କୁ ସାମିଲ କରାଯାଇଛି। ଏହି ଗସ୍ତରେ ଭାରତୀୟ ଦଳ ଫେବୃୟାରୀ ୧୭ରୁ ୨୫ ମଧ୍ୟରେ ଦକ୍ଷିଣ ଆଫ୍ରିକା ଜୁନିୟର ମହିଳା ହକି ଦଳ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ମ୍ୟାଚ ଖେଳିବ। ଦୀପିକା ସୋରେଙ୍ଗ, ଦୀପିକା, ସୁନେଲିତା ଟପ୍ପୋ, ମଦୁଗୁଲା ଭବାନୀ, ଅନୁ ଓ ତରନପ୍ରୀତ କୌର ଭାରତୀୟ ଦଳର ଫରଓ୍ବାର୍ଡ ବିଭାଗ ଚ୍ୟାଲେଞ୍ଜ ସମ୍ଭାଳିବେ। ମୁଖ୍ୟ ଦଳରେ ୨୦ ଖେଳାଳିଙ୍କ ବ୍ୟତୀତ ୪ ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଛି। ”ଯୁବ ଖେଳାଳିଙ୍କୁ ପରୀକ୍ଷା କରିବା ଏବଂ ଉପଯୁକ୍ତ ଏକ୍ସପୋଜର ଦେବାପାଇଁ ଏହା ହେଉଛି ଏକ ଭଲ ସୁଯୋଗ। ପିଲାମାନେ ଏହି ଟୁର୍‌ରୁ ଅଭିଜ୍ଞତା ହାସଲ କରିପାରିବେ। ଭଲ ଫଳାଫଳ ନେଇ ଆଶା ରହିଛି“ ବୋଲି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ଗୋଲକିପର୍ସ: କୁରମାପୁ ରାମୟା, ମାଧୁରୀ କିଣ୍ଡୋ। ଡିଫେଣ୍ଡର୍ସ: ପ୍ରୀତି (ଅଧିନାୟିକା), ଜ୍ୟୋତି ସିଂ, ନୀଲମ, ମହିମା ଟେଟେ, ମମିତା ଓରାମ। ମିଡ୍‌ଫିଲ୍ଡର୍ସ: ଜ୍ୟୋତି ଛତ୍ରୀ, ମଞ୍ଜୁ ଚୌରାସିଆ, ହିନା ବାନୁ, ନିକିତା ଟପ୍ପୋ, ହ୍ରିତିକା ସିଂ, ସାକ୍ଷୀ ରାଣା, ଋତଜା ଦାଦାସୋ ପିସାଲ (ଉପ-ଅଧିନାୟିକା)। ଫରଓ୍ବାଡର୍‌ସ: ଦୀପିକା ସୋରେଙ୍ଗ, ଦୀପିକା, ସୁନେଲିତା ଟପ୍ପୋ, ମଦୁଗଲା ଭବାନୀ, ଅନୁ, ତରନପ୍ରୀତ କୌର। ରିଜର୍ଭ ଖେଳାଳି: ଅଦିତି ମାହେଶ୍ୱରୀ, ଅଞ୍ଜଳି ବାର୍‌ଓ୍ବା, ଏଦୁଲା ଜ୍ୟୋତି, ଭୂମିକା ସାହୁ।

Share