ଓଡ଼ିଶାକୁ ମିଳିଲା ଆଉ ଦୁଇ ନୂଆ ସ୍ବତନ୍ତ୍ର ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ବତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ଆଉ ଦୁଇଟି ସ୍ବତନ୍ତ୍ର ନୂଆ ରେଳ ପ୍ରକଳ୍ପ ମିଳିଛି।  ତାଳଚେର-ଅନୁଗୋଳ ଏବଂ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ନୂଆ ଭାବରେ ତିଆରି ହେବ। ତାଳଚେରଠାରୁ ଏହା ଓ୍ବାଇ କନେକ୍‌ସନ ରହିବ। ଏହି ନୂଆ ରେଳ ଲାଇନର ମୋଟ୍‌ ଦୂରତା ହେଉଛି ୧୬.୫୦ କିଲୋମିଟର। ସେହିପରି ବରଗଡ଼ ରୋଡଠାରୁ ନୂଆପଡ଼ା ନୂଆ ରେଳ ଲାଇନ ହେବ। ଏହି ଟ୍ରେନ୍‌ ଲାଇନର ଦୂରତା ରହିବ ୧୪୨ କିଲୋମିଟର। ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧୀନରେ ରହିବ।

Share