Categories: ରାଜ୍ୟ

ATMରେ ଫେସିଆଲ ବାୟୋମେଟ୍ରିକ ବ୍ୟବସ୍ଥା ପ୍ରଚଳନ ଉପରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ,୧୦।୧୧: ଏଟିଏମ୍‌‌ ଗୁଡ଼ିକରେ ଫେସିଆଲ ବାୟୋମେଟ୍ରିକ ବ୍ୟବସ୍ଥା ପ୍ରଚଳନ କରିବା ଉପରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଫେସିଆଲ ବାୟୋମେଟ୍ରିକ ଚିହ୍ନଟ ବ୍ୟବସ୍ଥା କଲେ ବ୍ୟବହାରକାରୀଙ୍କୁ ଏଟିଏମ୍‌‌ କ୍ୟାମେରା ପ୍ରଥମେ ଚିହ୍ନଟ କରିପାରିବ । ଏଟିଏମ୍‌‌ କାର୍ଡ ଓ ଏହାର ପିନ୍‌‌ ନମ୍ବର ଚୋରି କରି ଯଦି କେହି ପ୍ରକୃତ ଏକାଉଣ୍ଟଧାରୀଙ୍କ ଅଜାଣତରେ ଟଙ୍କା ଉଠାଏ ତା’ହେଲେ ଏହି ବ୍ୟବସ୍ଥା ତାକୁ ଚିହ୍ନଟ କରିପାରିବ ବୋଲି ହାଇକୋର୍ଟ ମତପ୍ରକାଶ କରିଛନ୍ତି । ଏହାଦ୍ୱାରା ତଦନ୍ତକାରୀ ସଂସ୍ଥା ପାଇଁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି ହାଇକୋର୍ଟ କହିଛନ୍ତି । ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

 

Share