ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ

କଟକ ଅଫିସ,୪।୨: ଓଡ଼ଶା ହାଇକୋର୍ଟ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲିବ । ଫେବୃୟାରୀ ୭ରୁ ହାଇକୋର୍ଟରେ ଏହି ବ୍ୟବସ୍ଥା ଲାଗୁ ହେବ। ଜାନୁୟାରୀ ୧୦ ତାରିଖରୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ ମାମଲା ପରିଚାଳନା କେବଳ ଭିସିରେ ଚାଲୁଥିଲା। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲୁଥିଲା । ଏବେ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ହାଇକୋର୍ଟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ୍‌ ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Share