Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଓଡ଼ିଶା ହକି ଦଳ ଘୋଷିତ

ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଜାନୁଆରୀ ୧୯ରୁ ଚେନ୍ନାଇରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଗୁରୁବାର ଓଡ଼ିଶା ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି। ଡେଭିଡ୍‌ ଜନ୍‌ ଓ ପିନ୍ହାସ ଦାସ ମହିଳା ଦଳର କୋଚ୍‌ ରହିଥିବା ବେଳେ ବି.ଜେ କାରିଆପ୍ପା ଓ ଲକ୍ଷ୍ମୀ ନାରାୟଣ ପିଟ୍ଟି ପୁରୁଷ ଦଳର କୋଚ୍‌ ରହିଛନ୍ତି। ଓଡ଼ିଶା ଦଳ ଘୋଷଣାକୁ ନେଇ ହକି ଆସୋସିଏଶନ ଅଫ ଓଡ଼ିଶା ସଭାପତି ଦିଲୀପ ତୀର୍କି ସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଟୁର୍ନାମେଣ୍ଟରେ ଉଭୟ ଦଳ ରାଜ୍ୟକୁ ଗର୍ବିତ କରିବେ ବୋଲି ସେ କହିଛନ୍ତି।

ପୁରୁଷ ଦଳ: ବିବେକ ଲାକ୍ରା, ଅଭିମନ୍ୟୁ ଗୌଡ, ଅନମୋଲ ଏକ୍କା, ଅଜୟ ଖାଲଖୋ, ଓ୍ବିଲସନ ଖାଖା, ପ୍ରଶାନ୍ତ ବାର୍ଲା, ସଞ୍ଜିତ ତୀର୍କି, ଜସ୍ମନ ମୁଣ୍ଡା,ରୋହିତ କୁଲୁ, ଅର୍ବିନ୍‌ ଟପ୍ପୋ, ମୁକେଶ ଟପ୍ପୋ, ପ୍ରତାପ ଟପ୍ପୋ, ଅଦ୍ରୋହିତ ଏକ୍କା, ପ୍ରେମ ଦୟାଲ ଗିରି, ଦୀପକ ପ୍ରଧାନ, ଦେଓନାଥ ନନଓ୍ବର, କରଣ ଲାକ୍ରା ଓ କ୍ରିଷ୍ଣା ମୋହନ।

ମହିଳା ଦଳ: ଏଙ୍ଗିଲ ହର୍ଷରାଣୀ ମିଞ୍ଜ, ନାମସି ଜୁରିକା, ସୋନାଲି ଏକ୍କା, ଅଞ୍ଜଳି ବାରଓ୍ବା, ପୂଜା ରାମଚୁରିଆ, ପୂଜା ସାହୁ, ସୁମି ମୁଣ୍ଡାରୀ, ମରିୟମ ଧନଓ୍ବର, ଜାହ୍ନବୀ ବଡ, ଅହଲ୍ୟା ଲାକ୍ରା, ତନୁଜା ଟପ୍ପୋ, ଦ୍ରୁପତି ନାୟକ, ଅମୀଷା ଏକ୍କା, କୋମଲ ଗୁଜ୍ଜର, ସୁରେଖା ବାହାଲ, ସୁପ୍ରିୟା କୁଜୁର, କରୁଣା ମିଞ୍ଜ ଓ ସୁନେଲିତା ଟପ୍ପୋ।

Share