ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ ସମବାୟକୁ ପ୍ରାଧାନ୍ୟ ଦିଆଯାଇଥିଲା। ଏପରିକି ସମବାୟକୁ ପ୍ରଗତିର ପ୍ରକୃତ ମାଧ୍ୟମ ରୂପେ ବିବେଚନା କରାଯାଇଥିଲା। ସମବାୟ ହିଁ ଏକତାର ଶ୍ରେଷ୍ଠ ମାଧ୍ୟମ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍‌ ଶାହଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ଏକ ନୂତନ ଜାତୀୟ ସମବାୟ ନୀତି ଶୁଭାରମ୍ଭ କରିଛି, ଯାହା ‘ସହକାର ସେ ସମୃଦ୍ଧି’(ସମବାୟ ମାଧ୍ୟମରେ ବିକାଶ) ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ପୂରଣ କରିବ। ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିର ବ୍ୟାପକ ବିକାଶକୁ ପ୍ରୋତ୍ସାହନ ଦେବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ତାଙ୍କ ବଜେଟ ଅଭିଭାଷଣରେ ଏକ ନୂତନ ଜାତୀୟ ସମବାୟ ନୀତି ପ୍ରଣୟନ ଉପରେ ଆଲୋକପାତ କରିଥିଲେ। ଏହାବ୍ୟତୀତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧ ଲକ୍ଷ ୫୦ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ ହୋଇଥିବାରୁ ସମବାୟ ସମିତିଗୁଡ଼ିକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ପ୍ରସ୍ତାବିତ ବଜେଟ ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ। ଏହାବ୍ୟତୀତ ଅର୍ଥନୀତିକୁ ଅଭିବୃଦ୍ଧି ସମ୍ଭାବନା ସହିତ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବ, ଯାହା ସମବାୟ କ୍ଷେତ୍ରକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ। ଦେଶବ୍ୟାପୀ ସମବାୟ କ୍ଷେତ୍ରରେ ଶୃଙ୍ଖଳିତ ଏବଂ ବ୍ୟାପକ ବିକାଶକୁ ପ୍ରୋତ୍ସାହିତ କରିବା ନୂଆ ସମବାୟ ନୀତିରେ ସ୍ଥାନ ପାଇଛି।
ସମବାୟ ଋଣ ଢାଞ୍ଚା ବୃଦ୍ଧିକୁ ପ୍ରାଥମିକତା ଦେଇ ସାଧାରଣ ବଜେଟରେ ସମବାୟ କ୍ଷେତ୍ର ସହ ଜଡ଼ିତ ଶିଳ୍ପଗୁଡ଼ିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସମବାୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଋଣ ସୁବିଧାକୁ ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ଏହା ବ୍ୟତୀତ ବଜେଟରେ ସମବାୟଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉପରେ ଆଲୋକପାତ କରାଯାଇଛି। କାରଣ ସମବାୟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ତୃଣମୂଳସ୍ତରରେ ସମସ୍ତ ସମବାୟ ସମିତି ପାଇଁ ଯଥେଷ୍ଟ ଲାଭ ଆଣିପାରିବ ବୋଲି ସରକାର ସ୍ବୀକାର କରିଛନ୍ତି। ମତ୍ସ୍ୟଚାଷୀକୁ ବିଶେଷଭାବେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାଧାରଣ ବଜେଟରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସିଧାସଳଖ ଉପକୃତ କରିବ। ଏକ ସମବାୟ ନୀତି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଅନୁମୋଦନ ପାଇଁ ସରକାର ତତ୍ପର। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍‌ ଶାହଙ୍କ ନିର୍ଦ୍ଦେଶକ୍ରମେ ଏକ ଜାତୀୟସ୍ତରର ବିଶେଷଜ୍ଞ କମିଟି ଗଠନ କରାଯାଇ ୧୭ଟି ବୈଠକ ଓ ୪ଟି କର୍ମଶାଳା ମାଧ୍ୟମରେ ନୂତନ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି କମିଟିରେ ସମବାୟ କ୍ଷେତ୍ରରେ ବିଶେଷ ଜ୍ଞାନ ଥିବା ଯଥା ଜାତୀୟ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ରାଜ୍ୟ ସମବାୟ ସଚିବ, ସମବାୟ ନିବନ୍ଧକ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା- ଶୀର୍ଷ ସମବାୟ ଅନୁଷ୍ଠାନଗୁଡ଼ିକୁ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ସହ ବିଚାରବିମର୍ଶ କରି ଲୋକମାନଙ୍କୁ ସେବା ଯୋଗାଇବା। ରାଜ୍ୟସ୍ତରୀୟ ସମବାୟ ସମିତିଗୁଡ଼ିକୁ ରାଜ୍ୟ ସରକାରଙ୍କ ଅଧୀନରେ ସାମିଲ କରିବାର ରଣନୀତି ଅନୁଯାୟୀ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ସଂଘୀୟ ଭାବନାରେ ରାଜ୍ୟଗୁଡ଼ିକ ସହ ସହଯୋଗ କରୁଛି।
ସମବାୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ସମବାୟ ସମିତିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ବ୍ୟବସାୟିକ ଆବଶ୍ୟକତା ଅନୁଯାୟୀ, ସହାୟତା ଯୋଗାଇଦେବାକୁ ପ୍ରୟାସ ଜାରି ରହିଛି। ଜାତୀୟ ସମବାୟ ନୀତି ପ୍ରତିଷ୍ଠା ହେବା ପରେ ସମବାୟ କ୍ଷେତ୍ର ପାଇଁ ଏକ ନୂତନ ଦିଗର ଆଶା ସଞ୍ଚାର ହୋଇଅଛି। ସମବାୟ ମନ୍ତ୍ରଣାଳୟ ଏହି ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହିତ ସମବାୟ ବ୍ୟାଙ୍କଗୁଡ଼ିକର ସୁବିଧା ନ ଥିବା ଜିଲାଗୁଡ଼ିକୁ ଏକତ୍ରୀକରଣ କରିବାକୁ ମଧ୍ୟ ଯୋଜନା କରିଛି।
ଏହିସବୁ କ୍ଷେତ୍ରରେ ନାବାର୍ଡ ସମର୍ଥିତ ସମବାୟ ବ୍ୟାଙ୍କଗୁଡ଼ିକର ବ୍ୟାପକ କଭରେଜ୍‌ ପାଇଁ ନୂତନ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି।
ବର୍ତ୍ତମାନର ନୂତନ ଜାତୀୟ ସମବାୟ ନୀତି-୨୦୦୨ ସମବାୟ ନୀତିର ସ୍ଥାନ ନେବ। ତୃଣମୂଳସ୍ତରରେ ସମବାୟ ଆନ୍ଦୋଳନକୁ ବ୍ୟାପକ କରିବା ସଙ୍ଗେସଙ୍ଗେ ଦେଶର ପ୍ରାୟ ୮ ଲକ୍ଷ ୫୦ ହଜାର ସମବାୟ ସମିତିରେ ୨୯ କୋଟି ସଦସ୍ୟଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ସୁଦୃଢ଼ କରିବ। ଯାହାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ଏକ ବିସ୍ତୃତ ଜାତୀୟ ସମବାୟ ଡାଟା ବେସ୍‌ ସୃଷ୍ଟି କରିବା, ଯାହା ବର୍ତ୍ତମାନ ଦେଶର ସମସ୍ତ ସମବାୟ ସମିତି ବିଷୟରେ ସୂଚନାକୁ ଏକତ୍ରିତ କରିବା ଦ୍ୱାରା ଗୋଟିଏ କ୍ଲିକ୍‌ରେ ସମସ୍ତ ତଥ୍ୟ ଉପଲବ୍ଧ ହେବ।
ଭାରତରେ ସମବାୟ ସମିତି ବିସ୍ତାରିତ ଭୂମିକା ଉପରେ ଆଲୋକପାତ କରି ୨୦୨୯ ସୁଦ୍ଧା ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ପ୍ରାଥମିକ ବହୁମୁଖୀ କୃଷି ଋଣ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରକ୍ଷାଯାଇଛି ା
ନୂତନ ସମବାୟ ନୀତି ଜାତୀୟ ଜିଡିପିରେ ସମବାୟ ସମିତିଗୁଡିକର ଅବଦାନକୁ ଯଥେଷ୍ଟ ବୃଦ୍ଧିକରି ଭାରତର ସାମାଜିକ, ଅର୍ଥନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
ଅର୍ଥନୈତିକ କାର୍ଯ୍ୟକଳାପ ସାଧାରଣତଃ ସମ୍ପତ୍ତି ସଞ୍ଚୟ ଉପରେ ଧ୍ୟାନ ଦେଇଥାଏ ା କିନ୍ତୁ ସମବାୟ ସମିତି ସୃଷ୍ଟି ଏବଂ ସମାନ ଲାଭାଂଶ ବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ା ତେଣୁ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସମବାୟ ସମିତିର ଭୂମିକାକୁ ସୁଦୃଢ଼ କରିବାକୁ କେନ୍ଦ୍ର ସରକାରଙ୍କ ସହ ଆମ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ା ନୂଆ ସମବାୟ ନୀତିର ଉଦ୍ଦେଶ୍ୟ ହେଉଛି ସହକାରିତା ମାଧ୍ୟମରେ ସମୃଦ୍ଧିର ସ୍ବପ୍ନକୁ ପୂରଣ କରିବା, ସମବାୟଭିତ୍ତିକ ଅର୍ଥନୈତିକ ବିକାଶ ମଡେଲକୁ ପ୍ରୋତ୍ସାହିତ କରିବା, ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ଏହାର ପ୍ରଭାବକୁ ତୃଣମୂଳସ୍ତରରେ ବିସ୍ତାର କରିବା। ସାଧାରଣ ବଜେଟରେ ଦର୍ଶାଯାଇଥିବା ବ୍ୟବସ୍ଥା ଅନୁଯାୟୀ ସମବାୟ ଚିନିକଳଗୁଡିକର ପୁନରୁଦ୍ଧାର କରାଯିବା ସଙ୍ଗେସଙ୍ଗେ ଆଧୁନିକୀକରଣ ଓ ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ସରକାର ସମସ୍ତ ଚିନିକଳକୁ ୧୦ ହଜାର କୋଟି ପର୍ଯ୍ୟନ୍ତ ରିହାତି ହାରରେ ଋଣ ପ୍ରଦାନ କରିବେ।
ଓଡ଼ିଶାରେ ଥିବା ସମସ୍ତ ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡିକର ସ୍ବଚ୍ଛତା ଆଣିବା ପାଇଁ କମ୍ପ୍ୟୁଟରୀକରଣ କାର୍ଯ୍ୟର ତ୍ୱରାନ୍ବିତ କରାଯାଉଛି ା ସେଥିପାଇଁ କେନ୍ଦ୍ର ସରକାର ବଜେଟରେ ସବୁ ରାଜ୍ୟ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ା
ଡିଜିଟାଲ୍‌ ମାଧ୍ୟମରେ ପରିବର୍ତ୍ତନ ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡ଼ିକର କାର୍ଯ୍ୟଦକ୍ଷତା, ସ୍ବଚ୍ଛତା, ଲାଭଦାୟକତା ଏବଂ ଉତ୍ତରଦାୟିତ୍ୱକୁ ବୃଦ୍ଧି କରାଯିବ।
ସମବାୟ ସମିତିଗୁଡ଼ିକରେ ସମସ୍ତ ସଭ୍ୟ ଯେପରି ଭୋଟ ଦେଇ ଉପଯୁକ୍ତ ଓ ଯୋଗ୍ୟ ବ୍ୟକ୍ତିମାନଙ୍କୁ ପରିଚାଳନା ପରିଷଦକୁ ନିର୍ବାଚିତ କରିପାରିବେ, ସେଥିପାଇଁ ରାଜ୍ୟ ସମବାୟ ଆଇନରେ ପରିବର୍ତ୍ତନ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ା ସମସ୍ତ ଶୀର୍ଷ ସମବାୟ ସମିତିକୁ ପୁନରୁଦ୍ଧାର କରିବା ସଙ୍ଗେସଙ୍ଗେ ବାର୍ଷିକ ବ୍ୟବସାୟରେ କିପରି ଅଭିବୃଦ୍ଧି ହୋଇପାରିବ, ଯାହାଦ୍ୱାରା ସମିତିଗୁଡ଼ିକ ଲାଭଦାୟକ ହୋଇପାରିବ। ସେଥିପାଇଁ ଖୁବ୍‌ଶୀଘ୍ର ଏକ ଯୋଜନା ପ୍ରଣୟନ କରାଯିବ। ପରିଚାଳନା ପରିଷଦର ସଭ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସମବାୟରେ ସଫଳ ରାଜ୍ୟଗୁଡ଼ିକୁ ପରିଚାଳନା ବିଷୟରେ ଶିକ୍ଷା ନେବା ପାଇଁ ପଠାଯିବ ା ସମବାୟରେ ପର୍ଯ୍ୟଟନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ସେଥିପାଇଁ ଏକ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଟୁରିଜମ୍‌ ସମବାୟ ସମିତି ସହ ଯୋଡ଼ାଯିବ ା ହସ୍ତତନ୍ତ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କର ନୂତନ ସମବାୟ ନୀତିକୁ ତୁରନ୍ତ ଲାଗୁ କରାଯିବ ା ଏହାଦ୍ୱାରା ଉଭୟ ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସଙ୍ଗେସଙ୍ଗେ ତନ୍ତୁବାୟ ସମବାୟ ସମିତି ଓ ଏହାର କାରିଗରମାନଙ୍କର ଅର୍ଥନୈତିକ ବିକାଶରେ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ା ହସ୍ତଶିଳ୍ପ ମଧ୍ୟ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଓଡ଼ିଶାର ହସ୍ତକଳାକୁ ଅନ୍ୟ ରାଜ୍ୟ ସହ ବିଦେଶ ମାଟିରେ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ସମବାୟ ବିଭାଗ ତରଫରୁ ବିହିତ ପଦକ୍ଷେପ ନିଆଯାଉଛି ା କେନ୍ଦ୍ର ସରକାର ପ୍ରଣୟନ କରିଥିବା ଜାତୀୟ ସମବାୟ ନୀତିରେ ଓଡ଼ିଶାର ବିକାଶ ଅପରିହାର୍ଯ୍ୟ।
ମନ୍ତ୍ରୀ, ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ବିଭାଗ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri