Categories: ଖେଳ

କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୪ା୭,(ସରୋଜ ଜେନା): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ସୋମବାର ତାମିଲନାଡୁକୁ ୪-୦ରେ ହରାଇ ଦଳ କ୍ୱାର୍ଟରlରେ ସ୍ଥାନ ସୁରକ୍ଷିତ କରିଛି। ଘରୋଇ ଦଳ ପକ୍ଷରୁ ପ୍ରତିଭା ଏକ୍କା(୯ ମିନିଟ୍‌), ରମ୍ଭା କୁଜୁର(୧୬ ମିନିଟ), ଅସୀମା ରାଉତ(୨୯ ମିନିଟ) ଓ ପୂଜା ସାହୁ(୫୮ ମିନିଟ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟରରେ ପ୍ରତିଭା ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଅସୀମା ଓ ରମ୍ଭା ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିବା ବେଳେ ମ୍ୟାଚ ଶେଷ ହେବାକୁ ୨ ମିନିଟ ରହିଥିବା ବେଳେ ପୂଜା ଗୋଲ ଦେଇଥିଲେ। ମଙ୍ଗଳବାର ଓଡ଼ିଶା ଏହାର କ୍ୱାର୍ଟର ମୁକାବିଲାରେ ଛତିଶଗଡକୁ ଭେଟିବ।

Share