Categories: ଖେଳ

କ୍ୱାର୍ଟର ଫାଇନାଲରେ ଓଡ଼ିଶା

(ତପନ ସ୍ବାଇଁ)
ଭୁବନେଶ୍ୱର, ୧୪।୬: ଇଣ୍ଡିଆନ ରଗ୍‌ବୀ ଫୁଟବଲ ୟୁନିୟନ ଓ ରଗ୍‌ବୀ ଆସୋସିଏଶନ ଅଫ୍‌ ମହାରାଷ୍ଟ୍ରର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସର୍ବଭାରତୀୟ ଜୁନିୟର ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ ପୁଣେଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ବାଳକ ଦଳ ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ପୁଡୁଚେରୀକୁ ୫୭-୦ ଓ ମଣିପୁରକୁ ୨୯-୭ରେ ହରାଇବାପରେ ପ୍ରି-କ୍ୱାର୍ଟର ଫାଇନାଲରେ ଉତ୍ତର ପ୍ରଦେଶକୁ ୩୪-୦ ପଏଣ୍ଟରେ ପରାସ୍ତ କରିଛି। ବୁଧବାର ଓଡ଼ିଶା କ୍ୱାର୍ଟର ଫାଇନାଲରେ ଗୁଜରାଟକୁ ଭେଟିବ।
ଓଡ଼ିଶା ବାଳକ ଦଳ: ମଙ୍ଗଲ ସୋରେନ, ଚରଣ ହେମ୍ବ୍ରମ, ପ୍ରଦୀପ କହଁର, ରାମେଶ୍ୱର ହେମ୍ବ୍ରମ, ବିଦ୍ୟାଧର ମାଝି, କ୍ଷୀତିଶ ଦେହୁରୀ, ଜୀତେନ୍ଦ୍ର ସିଂ, ବିକ୍ରମ ହେମ୍ବ୍ରମ, ଦୀପ୍ତିରଞ୍ଜନ ପ୍ରଧାନ, ମୁନା ଟୁଡୁ, କୁମାର ବିଶ୍ୱଚାର୍ଯ୍ୟ, ପ୍ରକାଶ କାର୍ଜି। କୋଚ୍‌: ସୁରେନ୍ଦ୍ର ଜେନା, ମ୍ୟାନେଜର: ଭରତ ସାହୁ, ଫିଜିଓ: ଶିବାଶିଷ ପତି।

Share