Categories: ଖେଳ

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୧୫ା୩(ସ୍ପୋଟର୍‌ସ ବ୍ୟୁରୋ): ଦୃଷ୍ଟି ବାଧିତ ଜାତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନାଗେଶ ଟ୍ରଫିର ସୁପର-୮ ପର୍ଯ୍ୟାୟରେ ଚଣ୍ଡିଗଡ଼ ବିପକ୍ଷ ଦ୍ୱିତୀୟ ଲିଗ୍‌ ମ୍ୟାଚ ଓଡ଼ିଶା ୯ ଉଇକେଟରେ ଜିତି ନେଇଛି। ହାଇଦ୍ରାବାଦର ଏଓ୍ବାଇଆର୍‌ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଚଣ୍ଡିଗଡ଼ ଟସ୍‌ ଜିତି ପ୍ରଥମେ କରିବାକୁ ଯାଇ ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୬୦ ରନ କରିଥିଲା। ଓଡ଼ିଶା ତରଫରୁ ଲିଙ୍ଗରାଜ ରାଉତରା ୩ , ସୁଖରାମ ମାଝି ୨ ଏବଂ ଦେବରାଜ ବେହେରା ଗୋଟିଏ ଉଇକେଟ ଅକ୍ତିଆjର କରିଥିଲେ।
ସହଜ ବିଜୟ ଲକ୍ଷ୍ୟର ପିଛା କରି ଓଡ଼ିଶା ୬.୨ ଓଭରରେ ଗୋଟିଏ ଉଇକେଟ ବିନିମୟରେ ୬୧ ରନ କରିବା ସହ ମ୍ୟାଚ ଜିତିନେଇଥିଲା। ଓଡ଼ିଶା ତରଫରୁ ଅଞ୍ଜନ ସିଂ ୨୯ ଏବଂ ଶୁକଦେବ ସୋରେନ ୧୦ରନ କରି ଅପରାଜିତ ରହିଥିବା ବେଳେ ଜାଫର ଇକ୍‌ବାଲ ୧୬ ରନ କରିଥିଲେ। ଗ୍ରୁପ୍‌ ଏ’ରେ ପଛକୁ ପଛ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ସୁପର-୮ ପର୍ଯ୍ୟାୟରେ ଓଡ଼ିଶା ଏହାର ଅନ୍ତିମ ଲିଗ୍‌ ମ୍ୟାଚ ବୁଧବାର ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଖେଳିବ।

Share