Categories: ଖେଳ

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୧୨ା୧(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁଠାରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ରାଜସ୍ଥାନକୁ ୧୨୨ ରନରେ ପରାସ୍ତ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍‌ ପର୍ଯ୍ୟାୟରେ ଦଳର ଏହା ହେଉଛି କ୍ରମାଗତ ତୃତୀୟ ବିଜୟ। ବୁଧବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ ପାଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ୨୦୨ ରନ କରିଥିଲା। ଦଳ ପକ୍ଷରୁ ବାସନ୍ତୀ ହଁ। ସ୍‌ଦା ୫୩, ଝିଲି ବିରୁଆ ୩୫ ଏବଂ ଫୁଲ ଓ ଯମୁନାରାଣୀ ଟୁଡୁ ଯଥାକ୍ରମେ ୪୩ ଓ ୩୦ ରନ କରି ଅପରାଜିତ ରହିଥିଲେ। ଜବାବରେ ରାଜସ୍ଥାନ ଦଳ ୧୭.୩ ଓଭରରେ ୮୦ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ୫ ଜଣ ବ୍ୟାଟର ରନଆଉଟ ହୋଇଯାଇଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ପାଇଁ ଯମୁନା ରାଣୀ ଟୁଡୁ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲରେ କର୍ନାଟକ ଦିଲ୍ଲୀକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ସେମିଫାଇନାଲ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଖେଳାଯିବ।

Share