ପଟ୍ଟାଙ୍ଗୀ,୨୭।୫(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଥାନା ଉଦ୍ଘାଟନ କରାଯିବା ପରେ ଗୁରୁବାର ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆନ୍ଧ୍ରର ପାର୍ବତୀପୁରମ୍ ଜିଲା ପଞ୍ଚାୟତ ଅଧିକାରୀ ଦାୟିତ୍ୱରେ ଥିବା ପି.କିରଣ କୁମାର, ସାଲୁର ବ୍ଲକ ପରିଷଦ ଅଧିକାରୀ ଜି. ପାର୍ବତୀ ଓ ଅନ୍ୟ ଅଧିକାରୀମାନେ କୋଟିଆରେ ପହଞ୍ଚତ୍ ପ୍ରଥମେ ନୂତନ ଥାନା ପାଖକୁ ଯାଇଥିଲେ। ସେଠାରୁ ମାଡକାର, ଫଗୁଣସିନେରୀ, ଫାଟୁସିନେରୀ ପ୍ରମୁଖ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ବୁଧବାର ଫଗୁଣସିନେରୀ ଓ ଫାଟୁସିନେରୀରେ ପ୍ରଶାସନ ବଣ୍ଟନ କରିଥିବା ବିଭିନ୍ନ ସହାୟତା ସମ୍ପର୍କରେ ଆନ୍ଧ୍ର ଅଧିକାରୀମାନେ ପଚାରି ବୁଝିଥିଲେ। ସୂଚନାନୁଯାୟୀ,ବୁଧବାର କୋଟିଆରେ ଥାନା ଉଦ୍ଘାଟନ ଅବସରରେ ଜିଲାପାଳ ଅବ୍ଦାଲ ଏମ୍.ଅକ୍ତର, ଡିଆଇଜି ରାଜେଶ ପଣ୍ଡିତ, ଏସ୍ପି ବରୁଣ ଗୁଣ୍ଠପାଲି, ସୁନାବେଡା ଏସ୍ଡିପିଓ ମନୋଜ ବେହେରା, କୋଟିଆ ଥାନାର ପ୍ରଥମ ଥାନାଧିକାରୀଭାବେ ନିଯୁକ୍ତି ପାଇଥିବା ଅଶ୍ୱିନୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଥାନା ଉଦ୍ଘାଟନ କାର୍ଯ୍ୟକ୍ରମକୁ ଗୋପନୀୟ ରଖାଯାଇଥିଲା। ଏପରିକି ଖବରଦାତାମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା।