
ଲାଞ୍ଜିଗଡ, ୨୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓ଼ଆଇଏସଏଫ) ତରଫରୁ ଶୁକ୍ରବାର ଏକ ଅସ୍ତ୍ରଶସ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ସୁରକ୍ଷା ବଳ(ଓଆଇଏସଏଫ) କ୍ୟାମ୍ପ ପରିସରରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଜଣେ ଅତିରିକ୍ତ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ଦୁଇଜଣ ସବ-ଇନ୍ସପେକ୍ଟର, ହାବିଲଦାର ଓ କନଷ୍ଟେବଲ ସମେତ ୧୫୦ ଅଧିକାରୀ ଓ ଯବାନ ତାଲିମ ନେଇଥିଲେ। ଏଥିରେ ଇନସାସ ରାଇଫେଲ, ଏଲଏମଜୀ, ପିସ୍ତଲ, ଗ୍ୟାସ ଗନ, ପିଏଜି ତାଲିମ ସହିତ ଯୋଗଶିକ୍ଷା ଲାଭ କରିଥିଲେ। ଅତିରିକ୍ତ କମାଣ୍ଡାଣ୍ଟ କେ. ରିଷିକେଶ ବେହେରାଙ୍କ ନେତୃତ୍ୱରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲିଥିବାବେଳେ ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ଉଦଯାପିତ ହେବ ବୋଲି ସୂଚନା ମିଳିଛି।