ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବିଏସ୍‌ସି ବିଏଡ୍‌ ପ୍ରମାଣପତ୍ର ବୈଧ ହେଲାନି, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଇମେଲରେ ପଠାଇଲେ ଅଭିଯୋଗ

କଟକ,୩ା୨ (କାର୍ତ୍ତିକ ସାହୁ) ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ଏହି ଛାତ୍ରୀଛାତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇମେଲ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ର ଲିଖିତ ପରୀକ୍ଷା ଦେଇଥିଲେ। ସ୍ନାତକ ତାଲିମପ୍ରାପ୍ତ ପଦରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ଫେବୃଆରୀ ୧ରେ ପ୍ରମାଣପତ୍ର ଯାଞ୍ଚ ପାଇଁ ହାଇଦ୍ରାବାଦ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪୧ ଜଣ ଥିବା ବେଳେ ଅବଶିଷ୍ଟ କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଥିଲେ। ମାତ୍ର ଓଡ଼ିଶାର ୩୧ ଜଣ ଆବେଦନକାରୀ ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏସ୍‌ସି ବିଏଡ୍‌ ଯୋଗ୍ୟତାଧାରୀ ବିଦ୍ୟାର୍ଥୀ ଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ଶିକ୍ଷା ଗ୍ରହଣ କରିଥିବା ଛାତ୍ର ବିଶ୍ୱଜିତ ପ୍ରଧାନ ଓ ଛାତ୍ରୀ ଶୁଭସ୍ମିତା ପାଢ଼ୀ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି। ଏହି ଦୁଇ ଆବେଦନକାରୀଙ୍କ କହିବାନୁସାରେ, ସିବିସିଏସ୍‌ ପାଠ୍ୟକ୍ରମରେ ୨ଟି ଇଲେକ୍ଟିଭ ବିଷୟ ପୃଥକ ଭାବେ ୨ ବର୍ଷରେ ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ୨୦୧୬ରୁ ପଢ଼ାଯାଇଆସୁଛି। ଏଥିରେ ପ୍ରତି ଇଲେକ୍ଟିଭ୍‌ ବିଷୟକୁ ଗୋଟିଏ ବର୍ଷରେ ପଢ଼ାଯିବାର ନିୟମ ରହିଛି। ମାତ୍ର ହାଇଦ୍ରାବାଦରେ ପ୍ରମାଣପତ୍ର ଯାଞ୍ଚ ବେଳେ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଏମାନଙ୍କ ପ୍ରମାଣପତ୍ରକୁ ଅବୈଧ ବୋଲି ଦର୍ଶାଇଥିଲେ। ସେମାନେ ୨ଟି ଯାକ ଇଲେକ୍ଟିଭ ବିଷୟ ପୁରା ୨ ବର୍ଷ ଯାକ ପଢ଼ିଥିଲେ ଏଠାରେ ସେହି ପ୍ରମାଣପତ୍ର ବୈଧ ହେବ ବୋଲି କହିଥିଲେ। ଏଥିସହ ଏହି ପାଠ୍ୟକ୍ରମ ମିଥ୍ୟା ବୋଲି ଆରୋପ ଲଗାଇ ସେମାନଙ୍କ ନିଯୁକ୍ତିକୁ ବାତିଲ କରିଦେଇଥିଲେ। ଏଥିସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଫେକ୍‌ ବୋଲି ଆକ୍ଷେପ କରିଥିବା ଦୁଇ ଆବେଦନକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ନବୋଦୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଯୋଗ୍ୟତାଧାରୀଙ୍କୁ ମଧ୍ୟ ଅନୁରୂପ ଭାବେ ଅବୈଧ ବିବେଚନା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ପୁଣି ନବୋଦୟ ସମିତି ଦ୍ୱାରା ଗୃହୀତ ହୋଇଥିବା ସୂଚନା ରହିଛି। ପୁଣି ଏଭଳି ଘଟିବା ଫଳରେ ଆବେଦନକାରୀମାନେ ନିରାଶ ହୋଇ ଫେରିବା ସହ ସେମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଜାତୀୟ ସ୍ତରରେ ଗ୍ରହଣ ହୋଇ ନ ଥିବାରୁ ଗଭୀର ଭାବେ ମର୍ମାହତ ଥିବା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ବିହିତ ପଦକ୍ଷେପ ନେବେ ବୋଲି ସେମାନେ ନିବେଦନ କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri