ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ ହେଲା ଆକାଶରୁ ଅଗ୍ନିବର୍ଷା ହେଉଛି। ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏ ରାସ୍ତାଘାଟ ଶୂନଶାନ୍‌ ହୋଇପଡୁଛି। ପ୍ରବଳ ଖରାରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି। ମଙ୍ଗଳବାର ରାଜ୍ୟରେ ୪୬ ଡିଗ୍ରୀ ସେଲ୍‌ସିୟସ୍‌ ପାର୍‌ କରିଛି ତାପମାତ୍ରା, ଯାହାକି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ବାରିପଦାରେ ସର୍ବାଧିକ ୪୬.୪ ଡିଗ୍ରୀ, ବାଲେଶ୍ୱରରେ ୪୬ ଏବଂ ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ତେବେ ବାଲେଶ୍ୱରରେ ରେକର୍ଡ ହୋଇଥିବା ୪୬ ଡିଗ୍ରୀ ତାପମାତ୍ରା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ କରାଯାଇଛି। ମଙ୍ଗଳବାର ବିଶ୍ୱର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ରହିଛି। ବାରିପଦା ଦ୍ୱିତୀୟ, ବାଲେଶ୍ୱର ତୃତୀୟ ଏବଂ ଭୁବନେଶ୍ୱର ଦଶମ ସ୍ଥାନରେ ରହିଥିଲା। ପ୍ରଥମ ସ୍ଥାନରେ ଓମାନ୍‌ର ଜୋବା ସହର ରହିଥିଲାବେଳେ ଏଠାରେ ତାପମାତ୍ରା ୪୯.୨ ଡିଗ୍ରୀ ସେଲ୍‌ସିୟସ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ମଙ୍ଗଳବାର ବାରିପଦାରେ ରେକର୍ଡ ହୋଇଥିବା ୪୬.୪ ଡିଗ୍ରୀ ହେଉଛି ବାରିପଦାର ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ୨୦୧୦ ଏପ୍ରିଲ ୨୧ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ସେହିଭଳି ବାଲେଶ୍ୱରରେ ରେକର୍ଡ ହୋଇଥିବା ୪୬ ଡିଗ୍ରୀ ତାପମାତ୍ରା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ। ଏହାପୂର୍ବରୁ ୨୦୧୦ ଏପ୍ରିଲ ୨୦ରେ ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ରେକର୍ଡ ହୋଇଥିବା ତାପମାତ୍ରା ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ ରାଜ୍ୟରେ ଟିଟିଲାଗଡ଼ରେ ଏପ୍ରିଲ ମାସର ସର୍ବକାଳୀନ ରେକର୍ଡ ହୋଇଥିଲା। ୧୯୭୬ ଏପ୍ରିଲ ୨୬ରେ ଟିଟିଲାଗଡ଼ରେ ୪୯. ୬ ଡିଗ୍ରୀ ସହ ରାଜ୍ୟର ଏପ୍ରିଲ ମାସର ସର୍ବକାଳୀନ ରେକର୍ଡ ହୋଇଥିଲା। ସେହିପରି ୧୯୭୩ ଏପ୍ରିଲ ୨୨ରେ ବଲାଙ୍ଗୀର ୪୯ ଡିଗ୍ରୀ ସେଲ୍‌ସିୟସ୍‌ ସହ ରାଜ୍ୟର ଦ୍ୱିତୀୟ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା।
ମଙ୍ଗଳବାର ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। କେବଳ ସେତିକି ନୁହେଁ, ରାଜ୍ୟର ୨୯ଟି ସହରରେ ତାପମାତ୍ରା ୪୨ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ୨ ଦିନ ଆକାଶରୁ ଅଗ୍ନିବର୍ଷା ହେବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟର ଅନେକ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ୍‌ ୱେଭ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ବୌଦ୍ଧ ଆଦି ୧୧ ଜିଲାକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ମାଲକାନଗିରିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କନ୍ଧମାଳ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କିଛି ଜିଲା ଅରେଞ୍ଜ ଏବଂ ଆଉ କିଛି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଦେହାନ୍ତ, ମୃତ୍ୟୁ ପରେ ଅଙ୍ଗଦାନ

ବୁଗୁଡା,୨୮।୭(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ସରକାର ନେଲେ ବଡ଼ ନିଷ୍ପତ୍ତି: ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୮ା୭(ସୁଚିସ୍ମିତା ସାହୁ): ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ...

ଆକ୍ସନରେ ସରକାର: ଏହି ସବୁ ଚାଷୀଙ୍କୁ ହେଲା ନୋଟିସ, ଚେକ୍‌ କରିନିଅନ୍ତୁ ଆପଣଙ୍କ ନାଁ ଅଛି କି!

ଭୁବନେଶ୍ୱର,୨୮ା୭: ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା। ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି...

ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା...

ଏମ୍ସ ଭୁବନେଶ୍ୱରରେ ଯୌନ ଉତ୍ପୀଡ଼ନ ଅଭିଯୋଗ: ନର୍ସିଂ ଅଫିସରଙ୍କ ବିରୋଧରେ ମହିଳା କର୍ମଚାରୀଙ୍କ ଅଭିଯୋଗ

ନୂଆଦିଲ୍ଲୀ,୨୮।୭: ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢିଚାଲିଥିବା ହିଂସା ଘଟଣା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ), ଭୁବନେଶ୍ୱରରେ ଜଣେ ମହିଳା କର୍ମଚାରୀ...

‘ଟ୍ରମ୍ପଙ୍କ ସାମ୍ନାରେ ୫୬ ଇଞ୍ଚର ଛାତି ୩୬ ଇଞ୍ଚକୁ ଖସିଯାଏ’: ତୃଣମୂଳ ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ

ନୂଆଦିଲ୍ଲୀ,୨୮।୭: ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେଶନ ସିନ୍ଦୁର ଉପରେ ତୀବ୍ର ବିତର୍କ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ୧୫ ଦିନରେ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ

ଥୁଆମୂଳ ରାମପୁର,୨୮।୭(ଦୁର୍ଗା କୀର୍ତ୍ତି): ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ କାମ...

ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image