ଭୁବନେଶ୍ୱର,୧୭।୩: ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ବ୍ରାଉନସୁଗାର ହବ୍ ପାଲଟିଛି ଓଡ଼ିଶା। ଏ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଛି। ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ।
ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।