ଜଳୁଛି ଓଡ଼ିଶା, ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ବୁଧବାର ରାଜ୍ୟରେ ଗରମ ପବନ ବହିବା ସାଙ୍ଗକୁ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଆଜି ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର। ଆଜି ରାଜଧାନୀରେ ତାପମାତ୍ରା ୪୪.୨ ଡିଗ୍ରୀ ଥିଲା।ଅନୁଗୋଳ, କନ୍ଧମାଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା,ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ତେବେ ଏନେଇ ବୟୋଜ୍ୟେଷ୍ଠ, ଶିଶୁ, ରୋଗାକ୍ରାନ୍ତମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସତର୍କ କରାଇ ଦିଆଯାଇଛି। ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share