ଅର୍ଥନୀତିରେ ଓଡ଼ିଶା ସମୃଦ୍ଧ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୮: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଏବଂ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ସ୍ବାଧୀନତା ସଂଗ୍ରାମ ବିଶ୍ୱରେ ନୂଆ ଯୁଗ ଆରମ୍ଭ ସୃଷ୍ଟି କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଆଣିଦେଇଥିଲା। ଆଜି ଭାରତ ବିଶ୍ୱରେ ନିଜକୁ ପ୍ରମୁଖ ଶକ୍ତି ଭାବେ ପ୍ରତିଷ୍ଠିତ କରିପାରିଛି। ବିଭିନ୍ନ କ୍ଷେତ୍ରରେ ଭାରତର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଭାରତ ଚନ୍ଦ୍ରୟାନ-୩ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୌରବ ବଢାଇଛି। ଓଡ଼ିଶାର ବିକାଶରେ ସମସ୍ତେ ନିଜକୁ ସାମିଲ କରିଛନ୍ତି। ରାଜ୍ୟ ଅର୍ଥନୀତିରେ ସମୃଦ୍ଧଶାଳୀ ହୋଇଛି। ଲକ୍ଷ ଲକ୍ଷ କୋଟି ଟଙ୍କା ପୁଞ୍ଜି ଓଡ଼ିଶାକୁ ଆସୁଛି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ହୋଇଛି। ବିଏସ୍‌କଓ୍ବୋଇ ସେବା କ୍ଷେତ୍ରରେ ବଡ଼ ସହାୟକ ହୋଇଛି। ଗରିବ, ଚାଷୀ, ମହିଳା ଏବଂ ଜନଜାତିଙ୍କୁ ନେଇ ଆମେ ଆଗକୁ ବଢୁଛୁ। ଏସ୍‌ଏଚ୍‌ଜି ମହିଳା ଏବଂ ଚାଷୀଙ୍କ ପାଇଁ ସରକାର ସର୍ବଦା ସଂକଳ୍ପବଦ୍ଧ।

Share