ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଯକ୍ଷ୍ମା ବା ଟିବି ନିରାକରଣରେ ସାରା ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇଥିବା ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବରୁ ଓଡ଼ିଶା ଦ୍ବିତୀୟ ଓ ତୃତୀୟରେ ରହିଥିଲା । ୨୦୨୫ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବାକୁ ରାଜ୍ୟ ସରକାର ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି।