ଜଙ୍ଗଲ ନିଆଁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬ା୪(ବ୍ୟୁରୋ): ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି।
ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ ମଧ୍ୟରେ ଦେଶରେ ୩,୪୫,୯୮୯ଟି ବନାଗ୍ନି ଘଟିଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୫୧,୯୬୮ ରହିଛି। ସେହିଭଳି ଓଡ଼ିଶା ପଛକୁ ମଧ୍ୟପ୍ରଦେଶ ୪୭,୭୯୫ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ପଛକୁ ଛତିଶଗଡ଼ରେ ୩୮,୧୦୬ ଜଙ୍ଗଲ ନିଆଁ ପରିଲକ୍ଷିତ ହୋଇଥିବାବେଳେ ମହରାଷ୍ଟ୍ରରେ ୩୪,୦୨୫, ଝାଡ଼ଖଣ୍ଡରେ ୨୧,୭୧୩, ଉତ୍ତରାଖଣ୍ଡରେ ୨୧,୪୮୭, ଆନ୍ଧ୍ରପ୍ରଦେଶରେ ୧୯,୩୨୮, ତେଲଙ୍ଗାନାରେ ୧୮,୨୩୭, ମିଜୋରାମରେ ୧୨,୮୪୬, ଆସାମରେ ୧୦,୭୧୮ ଏବଂ ମଣିପୁରରେ ୧୦,୪୫୭ ଜଙ୍ଗଲ ନିଆଁ ଘଟିଥିବା ମନ୍ତ୍ରୀ କହିଛନ୍ତି। ପ୍ରତିବର୍ଷ ନଭେମ୍ବରରୁ ମେ’ ମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡ଼ିବା ଦ୍ୱାରା ଅଗ୍ନିକାଣ୍ଡ ଘଟୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳଭାଗରେ ପରିଲକ୍ଷିତ ହୋଇଥାଏ ଏବଂ ଏହାଦ୍ୱାରା ସବୁଜିମା ନଷ୍ଟ ହୋଇଥାଏ। ଏଫ୍‌ଏସ୍‌ଆଇ ପକ୍ଷରୁ ପଞ୍ଜୀକୃତ ବ୍ୟକ୍ତିଙ୍କ ନିକଟରୁ ଜଙ୍ଗଲ ନିଆଁ ସଂକ୍ରାନ୍ତରେ ସତର୍କ ସୂଚନା ପଠାଯାଇଥାଏ।
ମନ୍ତ୍ରଣାଳୟ ଓ ବିଶ୍ୱ ବ୍ୟାଙ୍କ ମିଳିତ ସହାୟତାରେ ଭାରତୀୟ ଜଙ୍ଗଲରେ ଅଗ୍ନିକାଣ୍ଡ ପରିଚାଳନା ଶୀର୍ଷକ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା, ଯେଉଁଥିରେ ଅଗ୍ନିକାଣ୍ଡ ରୋକିବା ପାଇଁ ଅନେକଗୁଡ଼ିଏ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସତର୍କତା ସହିତ ସ୍ଥାନୀୟ ଗୋଷ୍ଠୀଗୁଡ଼ିକୁ ଏଥିରେ ସାମିଲ ଆଦି ରହିଥିଲା। ରିପୋର୍ଟରେ ହୋଇଥିବା ଆକଳନ ଅନୁଯାୟୀ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୬.୩୪ ନିୟୁତ ଟନ୍‌ରୁ ୧୨୩.୮୪ ନିୟୁତ ଟନ୍‌ ବୃଦ୍ଧି ପାଉଛି।
ଜଙ୍ଗଲରେ ଲାଗୁଥିବା ନିଆଁକୁ ପ୍ରତିହତ କରିବାର ପ୍ରାଥମିକ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର। ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଆଁକୁ ଆୟତ୍ତ କରିବା ପାଇଁ ଆର୍ଥିକ ସହାୟତା ସହିତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବିଭିନ୍ନ ପ୍ରକାର ସାଜ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। ଏହି ଯୋଜନାରେ ୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟକୁ ୧୨୫ କୋଟି ଟଙ୍କାର ସହାୟତା ଯୋଗାଯାଇଛି।
ଏଫ୍‌ଏସ୍‌ଆଇ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ସୂଚନା ପାଉଥିବା ପଞ୍ଜୀକୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଁ କୁହାଯିବା ପରେ ଏବେ ଏହି ସଂଖ୍ୟା ୧.୩୦ ଲକ୍ଷରେ ପହଞ୍ଚିଛି। ସେହିଭଳି ଏଫ୍‌ଏସ୍‌ଆଇ ମଧ୍ୟ ସାପ୍ତାହିକ ଭାବେ ରାଜ୍ୟଗୁଡ଼ିକୁ ପ୍ରାରମ୍ଭିକ ସତର୍କ ସୂଚନା ଦେଉଛନ୍ତି। ଏଥିସହିତ ଜଙ୍ଗଲ ନିଆଁକୁ ପ୍ରତିହତ ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଙ୍ଗଲ ନିଆଁ ପ୍ରଶମନ ପାଇଁ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଲାଗି ପରାମର୍ଶ ପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୋଦି ସରକାର

ଭୁବନେଶ୍ୱର, ୨୩ା୧୧(ସୁନିତ୍‌ ମିଶ୍ର):୨ ହଜାର କୋଟି ଟଙ୍କା ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍‌ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର...

ଯୁକ୍ତ ୨ ପରୀକ୍ଷା: ଶହେରୁ ଏତିକି ରଖିଲେ ପାସ୍‌

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ):ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ସରଳ ହେଲା ପରୀକ୍ଷା। ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବା ଓ ସେମାନଙ୍କ ମନରେ ପରୀକ୍ଷାକୁ ନେଇ ରହିଥିବା...

ବିଦ୍ୟୁତ୍‌ ଆଘାତରେ ୬ ବର୍ଷରେ ୯୬ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩ା୧୧ (ବନ୍ଦନା ସେଠୀ):ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢି ଚାଲିଥିବାବେଳେ ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁ ଓ ଅସୁସ୍ଥ ଖବର...

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର, ଅବସର ପରେ ମିଳିବ…

ଭୁବନେଶ୍ୱର,୨୨।୧୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ୨୩ରେ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ…

ଭୁବନେଶ୍ୱର,୨୨।୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ୨୩ ତାରିଖ...

ରାସ୍ତା ମଝିରେ କାର୍‌ ଛାଡ଼ି ଡ୍ରାଇଭର ଫେରାର: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୨।୧୧: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍‌ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍‌କୁ ନେଇ ସନ୍ଦେହ ଘନିଭୂତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri