ଏମ୍‌ଆର୍‌ୟୁଟି ସ୍କିମ୍‌ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର୧୧।୮(ବ୍ୟୁରୋ):  କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବା ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନେକ ସମୟରେ ଦୃଷ୍ଟାନ୍ତ ପାଲଟିଛି। ଅଟଳ ମିଶନ ଫର୍‌ ରିଜୁଭେନ୍‌ଶନ ଆଣ୍ଡ ଅର୍ବାନ ଟ୍ରାନ୍ସଫରମେଶନ(ଏମ୍‌ଆର୍‌ୟୁଟି) ସ୍କିମ୍‌ କାର୍ଯ୍ୟକାରୀ ହେଉଥିବା ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟର ଗୌରବ ହାସଲ କରିଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ର଼୍ୟାଙ୍କ ଅନୁସାରେ ଓଡ଼ିଶାକୁ ପ୍ରଥମ ସ୍ଥାନ ମଳିଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ୮୫.୬୭ % ନମ୍ବର ଦିଆଯାଇଛି। ସୋମବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଓଡ଼ିଶା ପରେ ଚଣ୍ଡିଗଡ଼ ୭୫.୦୮% ପାଇ ଦ୍ୱିତୀୟ ଏବଂ ତେଲଙ୍ଗାନା ୭୪.୦୪% ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ଗୁଜରାଟ ଚତୁର୍ଥ ସ୍ଥାନରେ ଥିବାବେଳେ କର୍ନାଟକ ପଞ୍ଚମ, ଆନ୍ଧ୍ରପ୍ରଦେଶ ଷଷ୍ଠ, ମିଜୋରାମ ସପ୍ତମ, ମଧ୍ୟପ୍ରଦେଶ ଅଷ୍ଟମ, ଛତିଶଗଡ଼ ନବମ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଦଶମ ସ୍ଥାନରେ ରହିଛି।
୨୦୧୫ରେ ଏମ୍‌ଆର୍‌ୟୁଏଟି ସ୍କିମ୍‌ କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟର ପୁରୀ, ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ଭଦ୍ରକ ଏବଂ ବ୍ରହ୍ମପୁର ଆଦି ୯ଟି ସହରରେ କାଯର୍ର୍‌ୟକାରୀ କରାଯାଇଛି। ଏହି ସ୍କିମ କାର୍ଯ୍ୟକାରୀ ହେବାପରେ ଉକ୍ତ ସହରଗୁଡ଼ିକରେ ଜଳ ଯୋଗାଣ, ଡ୍ରେନେଜ, ପରିମଳ, ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଆଦି ନିର୍ମାଣ ସହିତ ସବୁଜ ବଳୟ ସୃଷ୍ଟି ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ମୋଟ ୧୯୧ପ୍ରକଳ୍ପ ମଧ୍ୟରୁ ୧୪୮ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ପ୍ରକଳ୍ପଗୁଡ଼ିକ ମିଶନ ଦ୍ୱାରା ଧାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରାଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସ୍କିମ୍‌ରେ ୯ଟି ସହରାଞ୍ଚଳରେ ରହୁଥିବା ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏଥିସହିତ ସେହି ସହରଗୁଡ଼ିକରେ ୨୪ କି.ମି. ପାଇପ ଲାଇନ ବିଛାଯାଇଛି। ଅବଶିଷ୍ଟ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ପାଇପ ବିଛା କାର୍ଯ୍ୟ ଶେଷ ହେବ। ଭୁବନେଶ୍ୱରରେ ଏବଂ ରାଉରକେଲା ମହାନଗର ନିଗମରେ ୨ଟି ଜଳ ବିଶୋଧନାଗାର ନିର୍ମାଣ ହୋଇଛି। ଏମ୍‌ଆର୍‌ୟୁଟି ସ୍କିମ୍‌ରେ ୧.୨୩ ଲକ୍ଷ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବାରିପଦା ଓ ବ୍ରହ୍ମପୁରରେ ଦୁଇଟି ସାୈର ଶକ୍ତି ଚାଳିତ ପମ୍ପ ହାଉସ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେହିପରି ଉକ୍ତ ସହରଗୁଡ଼ିକରେ ୧୧୦ଟି ପାର୍କରୁ ୮୫ଟି ପାର୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।

Share