ପୁରୀ ଅଫିସ,୨୦ା୨: ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୫ଟାରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍ର ବାଲିଘାଇ ଛକସ୍ଥିତ ଚନ୍ଦ୍ରଶେଖର ଏକାଡେମୀ ପରିସରରେ ଓଡ଼ିିଶା-ଜାପାନ ମହୋତ୍ସବ ଅନୁଷ୍ଠିତ ହେବ। ଜାପାନରୁ ଆସିଥିବା କଳାକାରମାନେ ଏଥିରେ ଜାପାନର କଳା, ସଂସ୍କୃତି ପ୍ରଦର୍ଶନ କରିବେ। ଏଥିସହ ଚନ୍ଦ୍ରଶେଖର ଏକାଡେମୀର ଛାତ୍ରୀଛାତ୍ରମାନେ ଓଡ଼ିିଶାର ଐତିହ୍ୟ, କଳା ଓ ସଂସ୍କୃତି ପ୍ରଦର୍ଶନ କରିବେ। ଫଳରେ ଉଭୟ ଦେଶର କଳା ସଂସ୍କୃତିକୁ ଏହି ମଞ୍ଚରେ ଦେଖିବାର ସୁଯୋଗ ମିଳିବ। ଭାରତ-ଜାପାନ ମୈତ୍ରୀ କେନ୍ଦ୍ର, ଚନ୍ଦ୍ରଶେଖର ଏକାଡେମୀ ଏବଂ ଜାପାନ-ଭାରତ ସଂଘର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଦୁଇଦେଶର ବନ୍ଧୁତ୍ୱ ସୁଦୃଢ଼ ହେବା ସହ କଳା, ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଭାରତ-ଜାପାନ ମୈତ୍ରୀ କେନ୍ଦ୍ର ତଥା ଏକାଡେମୀର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି। ଉକ୍ତ ମହୋତ୍ସବକୁ ବିନା ମୂଲ୍ୟରେ ଜନସାଧାରଣ ଉପଭୋଗ କରିପାରିବେ। ସୂଚନାଯୋଗ୍ୟ, ଏହି ଶିକ୍ଷାନୁଷ୍ଠାନଟି ସିବିଏସ୍ଇ ଅନୁମୋଦିତ ଏବଂ ଏଠାରେ ମାଗଣାରେ ଜାପାନ ଭାଷାର ଶିକ୍ଷାଦାନ ସୁବିଧା ରହିଛି।