୨୫ରେ ଓଡ଼ିଶା-ଜାପାନ ମହୋତ୍ସବ

ପୁରୀ ଅଫିସ,୨୦ା୨: ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୫ଟାରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ର ବାଲିଘାଇ ଛକସ୍ଥିତ ଚନ୍ଦ୍ରଶେଖର ଏକାଡେମୀ ପରିସରରେ ଓଡ଼ିିଶା-ଜାପାନ ମହୋତ୍ସବ ଅନୁଷ୍ଠିତ ହେବ। ଜାପାନରୁ ଆସିଥିବା କଳାକାରମାନେ ଏଥିରେ ଜାପାନର କଳା, ସଂସ୍କୃତି ପ୍ରଦର୍ଶନ କରିବେ। ଏଥିସହ ଚନ୍ଦ୍ରଶେଖର ଏକାଡେମୀର ଛାତ୍ରୀଛାତ୍ରମାନେ ଓଡ଼ିିଶାର ଐତିହ୍ୟ, କଳା ଓ ସଂସ୍କୃତି ପ୍ରଦର୍ଶନ କରିବେ। ଫଳରେ ଉଭୟ ଦେଶର କଳା ସଂସ୍କୃତିକୁ ଏହି ମଞ୍ଚରେ ଦେଖିବାର ସୁଯୋଗ ମିଳିବ। ଭାରତ-ଜାପାନ ମୈତ୍ରୀ କେନ୍ଦ୍ର, ଚନ୍ଦ୍ରଶେଖର ଏକାଡେମୀ ଏବଂ ଜାପାନ-ଭାରତ ସଂଘର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଦୁଇଦେଶର ବନ୍ଧୁତ୍ୱ ସୁଦୃଢ଼ ହେବା ସହ କଳା, ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଭାରତ-ଜାପାନ ମୈତ୍ରୀ କେନ୍ଦ୍ର ତଥା ଏକାଡେମୀର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି। ଉକ୍ତ ମହୋତ୍ସବକୁ ବିନା ମୂଲ୍ୟରେ ଜନସାଧାରଣ ଉପଭୋଗ କରିପାରିବେ। ସୂଚନାଯୋଗ୍ୟ, ଏହି ଶିକ୍ଷାନୁଷ୍ଠାନଟି ସିବିଏସ୍‌ଇ ଅନୁମୋଦିତ ଏବଂ ଏଠାରେ ମାଗଣାରେ ଜାପାନ ଭାଷାର ଶିକ୍ଷାଦାନ ସୁବିଧା ରହିଛି।

Share