ଆଇପିଏସ୍‌ ଲଳିତ ଦାସ ହେଲେ OSSSC ଅଧ୍ୟକ୍ଷ

ଭୁବନେଶ୍ୱର,୨୨।୧୦: ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ସହ  ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବ ଚନ୍ଦ୍ର ମାଝୀ ଏବଂ ସରୋଜ କୁମାର ମିଶ୍ରଙ୍କୁ ମଧ୍ୟ ମିଶ୍ରଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି।  ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଏହି ପରୀକ୍ଷାକୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Share