Odisha Matric Exam-2025: ତ୍ରୁଟିଶୂନ୍ୟ ହୋଇପାରୁନି ମାଟ୍ରିକ୍‌ ପରୀକ୍ଷା

Odisha Matric Exam-2025 ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ତ୍ରୁଟିଶୂନ୍ୟ ହୋଇପାରୁନାହିଁ। ବିଗତ କିଛିବର୍ଷ ହେଲା ପ୍ରଶ୍ନପତ୍ର ପ୍ରଘଟ, କପି, ପରୀକ୍ଷା ପରିଚାଳନାରେ ଅସାଧୁ କାରବାର ସମେତ ଅନ୍ୟ କେତେକ ତ୍ରୁଟି ଦେଖିବାକୁ ମିଳୁଛି। ଏହାକୁ ରୋକିବା ପାଇଁ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ଯୋଜନା ହେଉଛି, ଅନେକ ବ୍ୟବସ୍ଥା ଗ୍ରହଣ କରାଯାଉଛି। କିନ୍ତୁ ତାହା ଠିକ୍‌ ସମୟରେ ଫସରଫାଟୁଛି, ଯାହାକି ଶନିବାର ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ବେଳେ ଦେଖିବାକୁ ମିଳିଛି। ବିଜ୍ଞାନ ବିଷୟ ‘ସି’ ସେଟ୍‌ ପ୍ରଶ୍ନପତ୍ରରେ ୪ ମାର୍କ ପ୍ରଶ୍ନ କମ୍‌ ଥିବା ଜଣାପଡ଼ିଛି। ଏହାକୁ ନେଇ ପରୀକ୍ଷାର୍ଥୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ବୋର୍ଡର ପ୍ରଶ୍ନପତ୍ର ଅନୁଧ୍ୟାନ କମିଟି କିଭଳି ଏହି ତ୍ରୁଟି ଧରିପାରିଲେ ନାହିଁ, ତାହା ସନ୍ଦେହ ସୃଷ୍ଟି କରିଛି। ଏହି ବିଭ୍ରାଟ ପାଇଁ ସି ସେଟ୍‌ର ପରୀକ୍ଷାର୍ଥୀ ଲାଭ ପାଇବେ, ଯାହାକି ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ୟାୟ ବୋଲି କୁହାଯାଉଛି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏଭଳି ତ୍ରୁଟିକୁ ସ୍ବୀକାର କରିବା ସହ ଏଥିପାଇଁ ଛାତ୍ରୀଛାତ୍ର ଆଶ୍ୱସ୍ତ ରହିବାକୁ ପରାମର୍ଶ ଦେଇଛନ୍ତି।

କଟକ/ଜୟପୁର/ ବ୍ରହ୍ମପୁର,୨ ା୩ (କାର୍ତ୍ତିକ ସାହୁ/ ପବନ ପାଣିଗ୍ରାହୀ/ ସୁବାସ ଚନ୍ଦ୍ର ପାଢ଼ୀ) ନିର୍ଦ୍ଧାରିତ ସମୟ ଅନୁଯାୟୀ ଶନିବାର ସକାଳ ୯ଟାରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ରେ ଶେଷ ହୋଇଥିଲା। ଛାତ୍ରୀଛାତ୍ରମାନେ ପରୀକ୍ଷାକେନ୍ଦ୍ର ବାହାରକୁ ଆସିବା ପରେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡିଥିଲା। ‘ସି’ ସେଟ୍‌ ପ୍ରଶ୍ନପତ୍ର ପାଇଥିବା ଛାତ୍ରୀଛାତ୍ର ମୋଟ୍‌ ମାର୍କ ୧୦୦ ମଧ୍ୟରୁ ୪ ମାର୍କ କମ୍‌ ଥିବା ଜାଣିବାକୁ ପାଇଥିଲେ। ପ୍ରଶ୍ନପତ୍ରରେ ଏଭଳି ତ୍ରୁଟିକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି। ମାଟ୍ରିକ୍‌ ପରୀକ୍ଷାର ଶୃଙ୍ଖଳିତ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ବୋର୍ଡ ମୁଖ୍ୟାଳୟର ନିୟନ୍ତ୍ରଣ କକ୍ଷରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବସ୍ଥା ଦ୍ୱାରା କପି କରୁଥିବା ପରୀକ୍ଷାର୍ଥୀଙ୍କୁ ଧରିବାର ବୈଷୟିକ କୌଶଳ, ଯନ୍ତ୍ରପାତି ଖଞ୍ଜାଯାଇଛି। ସେହିପରି ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରୁ ଭାଇରାଲ ହେଲେ ସହଜରେ ଧରିବା ପାଇଁ ଓ୍ବାଟରମାର୍କ, କ୍ୟୁଆର୍‌ କୋଡ୍‌ ଭଳି ବ୍ୟବସ୍ଥା ପ୍ରଶ୍ନପତ୍ରରେ କରାଯାଇଛି। ପୁଣି ପ୍ରଶ୍ନପତ୍ର ମୁଦ୍ରଣ ପୂର୍ବରୁ ପରୀକ୍ଷା ପରିଚାଳନା କମିଟି ଦ୍ୱାରା ତନ୍ନତନ୍ନ କରି ଯାଞ୍ଚ କରାଯାଇଥାଏ। ଏସବୁ ସତ୍ତ୍ୱେ ପ୍ରଶ୍ନପତ୍ରରେ ତ୍ରୁଟି ଚର୍ଚ୍ଚାର ବିଷୟ ପାଲଟିଛି।

Odisha Matric Exam-2025 ରାଜ୍ୟର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇ ଫେରିଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ସରସ୍ବତୀ ଖିଲ ଓ ଦୀକ୍ଷିତ ଦଳେଇ କହିଛନ୍ତି, ୪ ମାର୍କର ପ୍ରଶ୍ନ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ଏ ନେଇ ଶିକ୍ଷା ବିଭାଗ ଅଧିକାରୀ ଓ ବୋର୍ଡ କାର୍ଯ୍ୟାଳୟରେ ଅଭିଯୋଗ କରିବେ ବୋଲି ସେମାନେ କହିଛନ୍ତି। ଜୟପୁର ବ୍ଲକ୍‌ ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକ କହିଛନ୍ତି, ଛାତ୍ରୀଛାତ୍ରଙ୍କଠାରୁ ୪ ମାର୍କର ପ୍ରଶ୍ନ ନ ଥିବା ନେଇ ଅଭିଯୋଗ ପାଇଛୁ। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଗଞ୍ଜାମ ଜିଲାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ ପ୍ରଧାନ କହିଛନ୍ତି, ଭୁଲବଶତଃ ଉକ୍ତ ପ୍ରଶ୍ନଟି ପ୍ରଶ୍ନପତ୍ରରେ ପ୍ରିଣ୍ଟିଂ ହୋଇ ନ ଥିଲା। ପରୀକ୍ଷା ଆରମ୍ଭରୁ ଏହା ଜଣାପଡିଥିଲା। ହେଲେ ଆଉ କିଛି କରିବାର ନ ଥିଲା।

ବୋର୍ଡ କର୍ତ୍ତୃପକ୍ଷ ଏନେଇ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ବୋର୍ଡର ପୂର୍ବତନ ସଭାପତି ଡ. ସତ୍ୟକାମ ମିଶ୍ର କହିଛନ୍ତି, ପ୍ରଶ୍ନପତ୍ର ତ୍ରୁଟିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପିଲାମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ପ୍ରଶ୍ନପତ୍ରକୁ ତ୍ରୁଟିଶୂନ୍ୟ କରିବା ପାଇଁ ସବୁ ପ୍ରକାର ସତର୍କତା ଗ୍ରହଣ କରାଯିବା ନିତାନ୍ତ ଆବଶ୍ୟକ।

Odisha Matric Exam-2025 ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ବିଜ୍ଞାନ ବିଷୟର ‘ସି’ ସେଟ୍‌ରେ ୪ ମାର୍କ ବିଶିଷ୍ଟ ଗୋଟିଏ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ନ ଥିବା ପରିଲକ୍ଷିତ ହୋଇଛି। ମୁଦ୍ରଣଜନିତ ତ୍ରୁଟି ଯୋଗୁ ଏଭଳି ହୋଇଛି। କୌଣସି ପରୀକ୍ଷାର୍ଥୀଙ୍କର ଯେପରି କ୍ଷତି ନ ହେବ ସେନେଇ ବିଚାର କରାଯାଉଛି। ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ବିଜ୍ଞାନ ବିଷୟରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…

ନୂଆଦିଲ୍ଲୀ,୧୨।୪: ଆଇପିଏଲ୍‌ ୨୦୨୫ରେ ଏଯାବତ ୨୫ ମ୍ୟାଚ୍‌ ଖେଳାଯାଇଛି। ଏବେ ବି ପ୍ଲେଅଫ୍‌କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି।...

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।...

ପ୍ରତାପ ଦେବଙ୍କ ଘରେ ବୈଠକକୁ ନେଇ ବଡ଼ ବୟାନ ଦେଲେ ଦେବୀ, କହିଲେ ସଭାପତି ବଛାଯିବ…

ଭୁବନେଶ୍ୱର,୧୨।୪: ବଡ଼ ଖବର। ନିର୍ବାଚନ ଅଧିକାରୀ ତଥା ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବସିଛି ବଡ଼ ବୈଠକ। ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବୀ...

୬ ମ୍ୟାଚ୍‌ରୁ ୫ରେ ପରାଜୟ, IPL ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ?କ’ଣ କହୁଛି…

ନୂଆଦିଲ୍ଲୀ,୧୨।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏପର୍ଯ୍ୟନ୍ତ IPL ୨୦୨୫ ବହୁତ ଖରାପ ରହିଛି। ପ୍ରଥମ ୬ ମ୍ୟାଚ୍‌ରୁ ୫ରେ CSK ପରାଜିତ ହୋଇଛି। ଏହି...

କଙ୍ଗନାଙ୍କ ବିଦ୍ୟୁତ ବିଲ୍‌କୁ ନେଇ ବଢୁଛି ଚର୍ଚ୍ଚା: ଜାଣନ୍ତୁ କାହାକୁ ମିଳେ ବିଦ୍ୟୁତ ବିଲ୍‌ ରିହାତି

ନୂଆଦିଲ୍ଲୀ,୧୨।୪: ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅଭିନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ କହିଥିଲେ, ମନାଲୀରେ ଥିବା ତାଙ୍କ ଘରର ବିଦ୍ୟୁତ୍‌ ବିଲ...

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ପରିସ୍ରା ପଟେ ବାହାର କରିଦେବ ଏହି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର…

ଆୟୁର୍ବେଦରେ ଅନେକ ପ୍ରକାରର ପତ୍ରକୁ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଏଥିମଧ୍ୟରୁ ଏକ ପତ୍ର ହେଉଛି ଅମରପୋଇ। ଏହାର ପତ୍ର ଶରୀର ପାଇଁ...

୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ...

ପ୍ରସନ୍ନଙ୍କୁ କଡ଼ା ଜବାବ ଦେଲେ ଦେବୀ ମିଶ୍ର, କହିଲେ ବାବା ବିଜେଡିରେ ଥିବାବେଳେ ଦଣ୍ଡ ଧରି…

ଭୁବନେଶ୍ୱର,୧୨ା୪: ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image