Categories: ଖେଳ

ଓଡ଼ିଶା ପୁରୁଷ ଦଳର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଚାଲିଥିବା ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ)ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ନିଜର ପ୍ରଥମ ମ୍ୟାଚରେ ମଣିପୁରକୁ ୩:୧ (୨୫-୨୧, ୨୭-୨୯, ୨୫-୧୧, ୨୫-୧୪)ରେ ହରାଇଥିବା ଓଡ଼ିଶା ଦଳ ଶୁକ୍ରବାର ତ୍ରିପୁରାକୁ ୩:୦ (୨୫-୯, ୨୫-୧୫, ୨୫-୯)ରେ ପରାସ୍ତ କରିଛି।
ଅନ୍ୟପକ୍ଷରେ ବିଜୟ ସହ ଓଡ଼ିଶା ମହିଳା ଦଳର ଅଭିଯାନ ଆରମ୍ଭ ହୋଇଛି। ନିଜର ପ୍ରଥମ ମ୍ୟାଚରେ ମହିଳା ଦଳ ପୁଡୁଚେରୀକୁ ୩:୦ (୨୫-୧୭, ୨୫-୭, ୨୫-୮) ସେଟ୍‌ରେ ହରାଇ ଦେଇଛି। ଶନିବାର ଓଡ଼ିଶା ପୁରୁଷ ଦଳ ଗୁଜରାଟ ଓ ଜମ୍ମୁ-କଶ୍ମୀରକୁ ଏବଂ ମହିଳା ଦଳ ଲଦାଖ ଓ ଆନ୍ଧ୍ର ପ୍ରଦେଶକୁ ଭେଟିବ। ଓଡ଼ିଶା ପୁରୁଷ ଦଳ ପୁଲ୍‌ ‘ଇ’ରେ ଗୁଜରାଟ, ତ୍ରିପୁରା, ମଣିପୁର, ଜମ୍ମୁ-କଶ୍ମୀର ଓ ପୁଡୁଚେରୀ ସହିତ ସ୍ଥାନ ପାଇଛି। ସେହିପରି ମହିଳା ଦଳ ପୁଲ୍‌ ‘ଇ’ରେ ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ଉତ୍ତରାଖଣ୍ଡ ଓ ଲଦାଖ ସହିତ ସ୍ଥାନିତ ହୋଇଛି।

Share