ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ପାଚକ/ପାଚିକା ସାମିଲ ଥିଲେ। ଏହି ଅବସରରେ ଜିଲାପାଳଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଛି। ସର୍ବତମ ବେତନ ୨୬ ହଜାରକୁ ବୃଦ୍ଧି, କର୍ମୀମାନଙ୍କୁ ୧୦ ବଦଳରେ ୧୨ ମାସର ଦରମା ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ମିଡ୍‌ ଡେ ମିଲ ଯୋଜନାର ଘରୋଇ କରଣ ବନ୍ଦ, ମିଡ ଡେ ମିଲ କର୍ମୀମାନଙ୍କୁ ଶିକ୍ଷା ବିଭାଗ କର୍ମୀ ଭାବରେ ଘୋଷଣା, ଅବସରକାଳୀନ ପେନ୍‌ସନ୍‌ ୧୦ ହଜାର ଟଙ୍କା ପ୍ରଦାନ, ସାମାଜିକ ସୁରକ୍ଷା, ବିଦ୍ୟାଳୟରେ ଫାଷ୍ଟ ଏଡ୍‌ ବକ୍ସ ସୁବିଧା ଆଦି ଦାବି ରଖି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Share